Breaking News

୨ ଡକାୟତ ଗିରଫ, ୫ ଲକ୍ଷ ଟଙ୍କାର ସାମଗ୍ରୀ ଉଦ୍ଧାର

Date:28-04-2020



ଝାରସୁଗୁଡ଼ା ଜିଲ୍ଲା ଶବଶକ୍ତି ଇଣ୍ଟରନେସନାଲ ଷ୍ଟୋର ରୁମରୁ   ଗତକାଲି ରାତିରେ ଡକାୟତି କରିଥିବା ୨ ଡକାୟତକୁ ବଡମାସ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ  ସେମାନେ ଡକାୟତି କରିଥିବା ୫ ଲକ୍ଷ ଟଙ୍କାର ସାମଗ୍ରୀ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତମାନେ ଭୁର୍କାମୁଣ୍ଡା ଅଂଚଳର ସୁରେନ୍ଦ୍ର ରୋହିଦାସ ଓ ଖଗେଶ୍ୱର ସାଏ ବୋଲି ଜଣା ପଡିଛି । ତେବେ ଏହି ଡକାୟତିରେ ସମ୍ପୃକ୍ତଥିବା ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫେରାର ଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଅନେକ ଅପରାଧୀକ ମାମଲା ରହିଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ଅଭିଯୁକ୍ତମାନେ ଶବଶକ୍ତି ଇଣ୍ଟରନେସନାଲ ଷ୍ଟୋର ରୁମ ଆସି ସିକ୍ୟୁରଟି ଗାର୍ଡକୁ ଛୁରୀ ଦେଖାଇ ରେଲୱ ସିଗ୍‌ନାଲିଙ୍ଗ କପର କେବୁଲ ଲୁଟି ନେଇଥିଲେ । ଏହାକୁ ଭୁର୍କାମୁଡା ଅଂଚଳର ଏକ ବ୍ୟକ୍ତିଙ୍କ ଘରେ ଲୁଚାଇ କପର ବାହର କରି ସେମାନେ ବିକ୍ରି କରିବାର ଯୋଜନା କରିଥିଲେ । ହେଲେ ଏହି ଡକାୟତି ନେଇ ଷ୍ଟୋର ମାଲିକ ବଡାମଲ ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ ପୁଲିସ ଧାରା ୩୯୪ ଆଇପସିରେ କେଶ ନମ୍ବର ୭୯ ରୁଜୁ କରି ତଦନ୍ତ ଆରମ୍ଭ କରି ମଙ୍ଗଳବାର ସକାଳେ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Latest News