Breaking News

ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

Date:01-10-2019



ଓଜସ୍ଵୀ ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ଦ୍ୱୟ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ତଥା ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନର ଭୋଗ ଗ୍ରହଣ ହେବ। ଏହାର ୩ ଦିନ ପରେ ଅର୍ଥାତ୍‌ ୨୪ ତାରିଖରେ ଭୋଟ ଗଣତି ହେବ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିଥିଲେ। ଏଣୁ ଏଠାରେ ଉପନିର୍ବାଚନ କରାଯାଉଛି।

Latest News