Breaking News

ବରଗଡ଼ ସାଂସଦଙ୍କ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ବିଲାସପୁର ଡିଭିଜନର ସାଂସଦିୟ ମଣ୍ଡଳୀ ସମିତି ସହ ବୈଠକ

Date:27-09-2019



ଓଜସ୍ଵୀ ଝାରସୁଗୁଡା: ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ବିଲାସପୁର ଡିଭିଜନର ସାଂସଦିୟ ମଣ୍ଡଳୀ ସମିତି ବୈଠକରେ ଯୋଗ ଦେଲି। ରେଲୱେ ଜି.ଏମ୍ ଓ ଡିବିଜିନାଲ ରେଲୱେ ପଦାଧିକାରୀଙ୍କ ସହିତ ବିଲାସପୁର ଜି.ଏମ୍ ଅଫିସ ହଲ୍ ଠାରେ ହୋଇଯାଇଅଛି । ଏହି ବୈଠକରେ ମୋର ସଂସଦୀୟ କ୍ଷେତ୍ରର ବ୍ରଜରାଜନଗର ଓ ବେଳପାହାଡ଼ ରେଲୱେ ଷ୍ଟେସନର ଉର୍ଣ୍ଣତିକାରଣ, ନୁତନ ଟ୍ରେନ ସଂଯୋଗ ଏପରି ବିଭିନ୍ନ ପ୍ରକାରର ରେଳବାଇ ସମ୍ୱନ୍ଧୀୟ ୨୦-ବିନ୍ଦୁ ଉପରେ ବିସ୍ତାର ରୂପେ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରେଇଥିଲି। ବ୍ରଜରାଜନଗର ଓ ବେଳପାହାଡ଼ ଅଞ୍ଚଳ, ବିଲାସପୁର ଡିବିଜିନରେ ମାତ୍ର ୩ % କ୍ଷେତ୍ର ଅଛି କିନ୍ତୁ ଡିବିଜିନର ସମ୍ପୂର୍ଣ୍ଣ ଆୟ ର ୩୦% ଆୟ ଦେଉଅଛି । 
ସେହି ହିସାବରେ ଉର୍ଣ୍ଣୟନ କାର୍ଯ୍ୟ ମଧ୍ୟ ସେହି ପରିମାଣ ରେ ବ୍ରଜରାଜନଗର ଓ ବେଳପାହାଡ଼ ଅଞ୍ଚଳରେ ହେବା ପାଇଁ ବିଷୟ ରଖିଥିଲି । ଏପରି ଅନେକ ବିଷୟ ଉପରେ ବିସ୍ତୃତ ଆଲୋଚନା କରି ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ରଖିଥିଲି।

Latest News