Breaking News

ବିପଦସଙ୍କୁଳ ସ୍କୁଲ ଘର ବାରଣ୍ଡାରେ ପାଠପଢା ଚାଲିଛି

Date:27-09-2019




ଓଜସ୍ଵୀ ବ୍ରଜରାଜନଗର (ସଂଜୟ ବାହୁବଳେନ୍ଦ୍ର):  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର  ରାଜପୁର ପଞ୍ଚାୟତ ଆମଦରହ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମି  ବିଦ୍ୟାଳୟରେ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ ୧୯୬୮ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ମୋଟ ୪୫ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ଏହି ସ୍କୁଲରେ ରହିଛି ଅନେକ ସମସ୍ୟା  ବିପଦସଙ୍କୁଳ ସ୍କୁଲ ଗୃହ ଯୋଗୁଁ ଜୀବନ ଭୟରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢା ଚାଲିଛି ଯେଉଁ ଦୁଇଟି ଶ୍ରେଣୀ ଗୃହ ରହିଛି ସେଥିରେ ୫ଟି ଶ୍ରେଣୀ ର ଛାତ୍ର ଛାତ୍ରୀ  ପଢି ବା  ଅସୁବିଧା ସୃଷ୍ଟି ହୋଇଛି ଏହି ସ୍କୁଲଟି ଅନେକ ସମସ୍ୟା ରହିଛି ଏଥିପ୍ରତି କାହାରି  ଦୃଷ୍ଟି ନାହିଁ ବାଧ୍ୟ ହୋଇ ପିଲା ମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଏହି ସ୍କୁଲରେ ୫ଟି ଶ୍ରେଣୀ କୁ ଦୁଇ ଜଣ ଶିକ୍ଷକ ଏଠାରେ   କାର୍ଯ୍ୟ ରତ ଅଛନ୍ତି ଗୋଟିଏ ପଟେ ଶିକ୍ଷକ ଙ୍କ ଅଭାବ ସହିତ ଶ୍ରେଣୀ ଗୃହର ଅବସ୍ଥା  ଅଚଳ ହେବାକୁ ଗଲାଣି ଗତ ପନ୍ଦର ବର୍ଷ ତଳେ ମହାନଦୀ କୋଇଲା କମ୍ପାନୀ ଏହି ସ୍କୁଲରେ ଦୁଇଟି ଶ୍ରେଣୀ ଗୃହ ନିମାଣ କରିଥିଲେ ନିମ୍ନମାନର କାର୍ଯ୍ୟ ଯୋଗୁ    ଆଜି ସ୍କୁଲ ଗୃହର ବାରଣ୍ଡା ଛାତ ଭା ଙ୍ଗି ପଡିଥିଲା ଫଳରେ ଶିକ୍ଷକ  ଛାତ୍ର ଛାତ୍ରୀ ଭୟରେ ସେହି ଗୃହକୁ ବ୍ୟବହାର କରୁନଥିବା ଜଣାପଡିଛି ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ କାଯାଇ ସରପଞ୍ଚ ଓ ମହାନଦୀ  କୋଇଲା କମ୍ପାନୀର ସ୍ଥାନୀୟ ଅଧିକାରୀ ଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମାତ୍ର ଇତିମଧ୍ୟରେ  କାହାରି ଦେଖିନାହିଁ କୈଣସି ପ୍ରତିକାର ହେଉନାହିଁ ତେଣୁ ଏ  ସମ୍ପର୍କରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଦୁଇଟି ଶ୍ରେଣୀ ର ଗୃହ ନିମାଣ କରିବା ପାଇଁ ଗ୍ରାମବାସୀ ଓ ଅଭିଭାବକ ମାନେ ଦାବି କରିଛନ୍ତି।

Latest News