Breaking News

ବାଧ୍ୟତାମୂଳକ ହେଲା ପଲ୍ୟୁସନ ସାର୍ଟିଫିକେଟ୍, ଅକ୍ଟୋବ ୧ରୁ ସବୁ ଗାଡ଼ି ପାଇଁ ଜରୁରୀ

Date:25-09-2019



ଓଜସ୍ଵୀ ଭୁବନେଶ୍ୱର: ବାଧ୍ୟତାମୂଳକ ହେଲା ପଲ୍ୟୁସନ ସାର୍ଟିଫିକେଟ୍। ଅକ୍ଟୋବର ୧ ରୁ ସବୁ ଗାଡ଼ି ପାଇଁ ପଲ୍ୟୁସନ ସାର୍ଟିଫିକେଟ୍ ଜରୁରୀ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି। ଫଳରେ ଏବେ ଗାଡ଼ିଚାଳକଙ୍କକୁ ଏବେ ପ୍ରଦୂଷଣ ସାର୍ଟିଫିକେଟ୍ କରାଇବା ଜରୁରୀ ହୋଇ ପଡିଛି। ଦେଶରେ ନୂତନ ମୋଟର ଯାନ ଆକ୍ଟ ଲାଗୁ ପରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଥିଲା। ଡ୍ରାଇଭିଂ ଲାଇସେନ୍ସ, ବୀମା ସହିତ ପଲ୍ୟୁସନ ସାର୍ଟିଫିକେଟ୍ ନଥିବାରୁ ଚାଳକଙ୍କୁ ଜୋରିମାନା ଦେବାକୁ ପଡ଼ୁଥିଲା। ଏହା ପରେ ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ କେନ୍ଦ୍ରରେ ଭିଡ଼ ଲାଗି ରହିଥିଲା।

ଏନେଇ ସୋମବାର ରାଜ୍ୟ ପରିବହନ ବିଭାଗ ପଲ୍ୟୁସନ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଛନ୍ତି। ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ପଲ୍ୟୁସନ୍ ଜରୁରୀ ବୋଲି ପରିବହନ ବିଭାଗ କହିଛି। ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ୍ ମାସେ ଯାଏ କୋହଳ କରାଯାଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଲୋକଙ୍କ ରୋଷକୁ ଦୃଷ୍ଟିରେ ରଖି ଗାଡ଼ିର କାଗଜପତ୍ର ଯାଞ୍ଚରେ ତିନି ମାସ ଯାଏ କୋହଳ କରିଥିଲେ। ଗାଡ଼ି କାଗଜପତ୍ର ପାଇଁ ଲୋକଙ୍କୁ ତିନି ମାସ ସମୟ ଦେଇଥିଲେ।

Latest News