Breaking News

କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ, ପ୍ରତିବାଦରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଜିଠାରୁ ୫ ଦିନ ଖଣି ବନ୍ଦ ଆନ୍ଦୋଳନ ଡାକରା

Date:23-09-2019



ଓଜସ୍ଵୀ ବ୍ରଜରାଜନଗର/ତାଳଚେର/ଇବ-ଥର୍ମାଲ: କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ। ଏହାର ପ୍ରତିବାଦରେ ଧର୍ମଘଟକୁ ଓହ୍ଲାଇଛି ଭାରତୀୟ ମଜଦୂର ସଂଘ। ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି। ତାଳଚେର ଏମ୍‌ସିଏଲ୍‌ର ସମସ୍ତ କୋଇଲା ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶ କରିବା ଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକମାନେ ଅବେହେଳିତ ହେବେ ବୋଲି ଅଭିଯୋଗ ହୋଇଛି।

ସେହିପରି ଆଜି  ଅଖିଳ ଭାରତୀୟ କୋଇଲା ମଜଦୁର ସଙ୍ଘ ପକ୍ଷରୁ FDI ବିରୋଧରେ ଝାରସୁଗୁଡା ଜିଲ୍ଲାରେ ଥିବା ସମସ୍ତ କୋଇଲା ଖଣିକୁ ବନ୍ଦ କରାଯାଇଛି।ଏହାକୁ ନେଇ ଝାରସୁଗୁଡାର ଇବ-ଭ୍ୟାଲି, ଲଖନପୁର ଓ ଓରିଏଣ୍ଟ କୋଇଲା ଖଣି କ୍ଷେତ୍ର ରେଥିବା ସମସ୍ତ ଖଣିରେ ଉତ୍ପାଦନ ବନ୍ଦ କରିବା ସହିତ କୋଇଲା ପରିବହନକୁ ମଧ୍ୟ ବନ୍ଦ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଯେଉଁ ଶ୍ରମିକ ମାରଣା ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି ଖଣି ଶ୍ରମିକ ମଜଦୂର ସଂଘ। ଏହାକୁ ଆହୁରି ବ୍ୟାପକ କରାଯିବା ନେଇ ସଂଘ ପକ୍ଷରୁ କୁହାଯାଇଛି।

 

କେନ୍ଦ୍ର ସରକାରଙ୍କ FDI ନୀତିକୁ ବିରୋଧ କରି କୋଇଲା ଖଣି ମଜଦୁର ସଂଘ ପକ୍ଷରୁ କୋଇଲା ଉତ୍ପାଦନ ଓ ପରିବହନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।ଏହି ବନ୍ଦରେ INTUC, INTVC, CITU, HMS, BMS ସଂଘ ସାମିଲ ରହିଛନ୍ତି।

Latest News