Breaking News

ବିଜେପୁର ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ିର ସମନ୍ଵୟ କମିଟି ଗଠିତ

Date:18-09-2019



ଓଜସ୍ଵୀ ବ୍ୟୁରୋ: ଆଉ କିଛିଦିନ ପରେ ବିଜେପୁର ବିଧାନସଭା ନିର୍ବାଚନ ହେବ। ଏନେଇ ବିଜେଡ଼ି ପକ୍ଷରୁ ଆଜି ଏକ ସମନ୍ଵୟ କମିଟି ଗଠନ କରାଯାଇଛି। ଏହି କମିଟିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂ, କଲିକେଶ ନାରାୟଣ ସିଂଦେଓ ଓ ବିଧାୟକ ସଂଜୟ କୁମାର ଦାସବର୍ମାଙ୍କୁ ଦାୟିତ୍ୱ ମିଳିଛି। ଯେଉଁ ଭଳି ଭାବେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ବିଜୟଧାରା କୁ ବଜାୟ ରଖିବାକୁ ବିଜେଡି ନିଶ୍ଚିତ ପ୍ରୟାସ କରିବ ଓ ବିଶେଷ ଭାବରେ ବିଜେଡ଼ିର ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବ କିଏ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

Latest News