Breaking News

ଝାରସୁଗୁଡ଼ା ଲହଣ୍ଡାବୁଡ଼ ଠାରେ କୋଇଲାବାହି ଟ୍ରେନ ଲାଇନଚ୍ୟୁତ

Date:18-09-2019



ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଝାରସୁଗୁଡ଼ା ରୁ ବସୁନ୍ଧରା ଖଣି କୁ ଯାଉଥିବା କୋଇଲାବାହି ଟ୍ରେନ ଲାଇନଚୁତ ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ଠାରେ ଲାଇନଚ୍ୟୁତ ହୋଇଛି। ଫଳରେ 4 ରୁ ଉର୍ଧ୍ବ ରେଲଡବା ଲାଇନ ରୁ ବାହାରି ପଡିଛି। ପୂର୍ବରୁ ରାଜପୁର ଠାରେ ମଧ୍ୟ  ରେଳ ଧାରଣା ରୁ ଲାଇନଚ୍ୟୁତ ହୋଇଥିଲା ମାଲବାହୀ ଟ୍ରେନ। ମଝି ରାସ୍ତାରେ ଅଟକି ଯାଇଥିଲା ମାଲବାହୀ ଟ୍ରେନ। ଯାହାଫଳରେ ରାସ୍ତା ଜାମ ହେବା ସହ ହଜାର ହଜାର ଗାଡ଼ି ରାସ୍ତା ରେ ଅଟକି ରହିଥିଲା ।  ଏହି ରେଳ ଲାଇନ ଝାରସୁଗୁଡ଼ା ରୁ ବସୁନ୍ଧରା କୋଇଲାଖଣି କୁ ସଂଯୋଗ କରୁଥିବା, ମାଲବାହୀ ଟ୍ରେନ ର ଚାରୋଟି ଡବା ଲାଇନ ଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନ ରୁ ବାହାରିପଡିଛି। ତେବେ କୌଣସି କ୍ଷୟକ୍ଷତି ଜଣା ପଡ଼ିନାହିଁ। ଟ୍ରେନଟି  ଯିବାଆସିବା ରାସ୍ତାରେ ଅଟକି ରହିଥିବାରୁ ରାସ୍ତା ରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ରେଳବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ତେବେ ଝାରସୁଗୁଡା-ବସୁନ୍ଧରା ଖଣିକୁ ସଂଯୋଗ କରୁଥିବା ଏହି ରେଳ ଲାଇନ ବାରମ୍ବାର ଏହି ଭଳି ଲାଇନଚ୍ୟୁତ ସମସ୍ୟା ଦେଖାଦେଉଥିବାରୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ବୁଖିନ ହେଉଛନ୍ତି।ଏହାର ସମାଧାନ ପାଇଁ ଅଞ୍ଚଳରେ ବାରମ୍ବାର ଦାବି ଉଠିଛି।

Latest News