Breaking News

ବାପାଙ୍କ ଶବକୁ ବାଇକରେ ବୋହିଲେ ପୁଅ

Date:16-09-2019



ଓଜସ୍ଵୀ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ପୁଅ ତାଙ୍କ ବାପାଙ୍କ ଶବକୁ ବାଇକରେ ବୋହି ଘରକୁ ଆଣିଛନ୍ତି । ମୃତକ ହେଲେ ରାଇଘର ବ୍ଲକ୍‌ କୁଡୁମଧରା ଗାଁର ବଳି ଶାନ୍ତା ।

ବଳି ଶାନ୍ତା ଗତକାଲି ଝରିଗାଁ ବ୍ଲକ୍‌ ବଂଶୀବନ୍ଧା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଘରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ଏହାପରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ସନ୍ଧ୍ୟାରେ ପୁଅ  ଲକି ସାନ୍ତା ବାପାଙ୍କ ମୃତ ଦେହକୁ ଆଣିବାକୁ ଯାଇଥିଲେ । ମୃତଦେହ ନେବାକୁ ଗାଡ଼ି ନ ମିଳିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ବାଇକ୍‌ର ପଛରେ ପଟା ଉପରେ ବାନ୍ଧି ଆଣିଥିଲେ । ପ୍ରାୟ ୨୦ କିମି ଯାଏ ଲକି ସାନ୍ତା ବାପାଙ୍କ ଶବକୁ ଆଣିଥିଲେ । ରାତି ପ୍ରାୟ ୧୧ଟା ବେଳେ ଉମରକୋଟ ସହରର କିଛି ଲୋକ ଦେଖି ମୃତଦେହକୁ ଡାକ୍ତରଖାନାକୁ ନେବାକୁ କହିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Latest News