Breaking News

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Date:16-09-2019



ଓଜସ୍ଵୀ ପୁରୀ: ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ  ନିମାପଡ଼ା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ସୂଚନା ମୁତାବକ, ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ  ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ମଧୁବନ ବାସଭବନ ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଏକା ସମୟରେ ଚଢାଉ କରିଛି । ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ଓ ସୁନାଗହଣା ମିଳିଥିବା ସହ ବର୍ତ୍ତମାନ ଏହି ସବୁ ସ୍ଥାନରେ ସୁଦ୍ଧା ଯାଂଚ ଜାରି ରହିଛି ।

Latest News