Breaking News

ନୂଆ ଟ୍ରାଫିକ୍ ନିୟମକୁ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

Date:09-09-2019



ଓଜସ୍ଵୀ ଭୁବନେଶ୍ଵର: ସଂଶୋଧିତ ମୋଟର ଭେଇକିଲ୍ ଆଇନ୍ ଓ ଜୋରିମାନା ପ୍ରସଙ୍ଗରେ ଲୋକଙ୍କୁ ୩ ମାସ ଆଶ୍ୱସ୍ତି । ନିୟମକୁ ୩ ମାସ କୋହଳ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ବଢୁଥିବା ରୋଷକୁ ଦେଖି ନିୟମକୁ ୩ ମାସ ପାଇଁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ପର୍ୟ୍ୟନ୍ତ ନିୟମକୁ କଡାକଡି ପାଳନ ନକରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରି ସେମାନଙ୍କୁ ବୁଝାଇବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ଯ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ୍ ନିୟମ ମାନିବାକୁ ବି ଲୋକଙ୍କୁ ନିବେଦନ କରିଛନ୍ତି  ମୁଖ୍ୟମନ୍ତ୍ରୀ । I

Latest News