Breaking News

କ୍ରୀଡା ପାଇଁ ପ୍ରମୋଦ ଭଗତ ଓ ଶ୍ରୀମତୀ ଭଦ୍ରାଙ୍କୁ ସାହସିକତାପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Date:29-08-2019




ଓଜସ୍ଵୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କୀଡା ପାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ବ ଚମ୍ପିଆନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପାଇଛନ୍ତି। ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ। ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ଉପସ୍ଥିତ କ୍ରୀଡାବିତ୍ର ଓ କ୍ରୀଡ଼ାପ୍ରେମୀ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ ଖେଳାଳୀ ମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରୁଛନ୍ତି। ସେମାନଙ୍କ ଏହି ସଫଳତା ଓ କ୍ରୀଡା ପାଇଁ ଅବଦାନ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ।
ଭୁବନେଶ୍ବର ବର୍ତ୍ତମାନ ଧିରେ ଧିରେ ଦେଶର କ୍ରୀଡା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି। କ୍ରୀଡା ପରିଚାଳନାରେ ଏହା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି। ଏସିଆନ ଆଥଲେଟିସ ଚମ୍ପିଆନସିପ, ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ ଓ ପୁରୁଷ ହକି ବିଶ୍ୱ କପ୍ରର ସଫଳ ଆୟୋଜନ ପରେ ଏବେ ୧୭ ବର୍ଷ ବୟସରୁ କମ୍ ମହିଳା ହକି ବିଶ୍ୱ କପ୍ କ୍ରୀଡା ଆୟୋଜନର ଆଶା ଉଜ୍ଜଳ ହୋଇଛି। କ୍ରୀଡା ଆକାଶରେ ଭୁବନେଶ୍ବର ଏବେ ଏକ ଉଜ୍ଜ୍ୱଳ ତାରକା ଭାବେ ସୁନାମ ଅର୍ଜନ କରିଛି। ବିଭିନ୍ନ କ୍ରୀଡା କ୍ଷେତ୍ର ଯଥା – ଆଥଲେଟିସ୍, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନ ଓ ଅନ୍ୟାନ୍ୟ ଖେଳରେ ଯୁବ ପ୍ରତିଭା ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଷ୍ଠିତ Traning Institute ମାନଙ୍କ ସହ ବନ୍ଧନରେ କରାଯାଇଛି। ଏହି କାର୍ଯ୍ୟକ୍ରମରେ ତୃଷାରକାନ୍ତ ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ ନାୟକ, କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ, ନିର୍ଦ୍ଦେଶକ ଶ୍ରୀ ଭିଲିନ କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।

Latest News