Breaking News

ହଜି ଯାଉଛି ମାନବିକତା: ଖେଳ ପଡ଼ିଆରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

Date:23-08-2019




ଓଜସ୍ଵୀ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର କୁକିଆ ଗାଁ ନିକଟରେ ଥିବା ଖେଳ ପଡ଼ିଆରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁକୁ ଉଦ୍ଧାର କରି ଉଲୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ନବଜାତକଟି ସୁସ୍ଥ ଥିବା ସ୍ୱାସ୍ଥ୍ୟ ଯାଞ୍ଚ ପରେ ଡାକ୍ତର କହିଛନ୍ତି ।
ଆଜି ସକାଳେ କୁକିଆ ଗାଁର ରଞ୍ଜନ ବଗର୍ତି ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ସେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ ।  ଆଖପାଖରେ ଖୋଜାଖୋଜି କରିବା ପରେ ଖେଳ ପଡ଼ିଆରେ ଶିଶୁକୁ ଦେଖିଥିଲେ । ଏ ନେଇ ସେ ଆଶାକର୍ମୀଙ୍କୁ ଖବର ଦେବାପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ୱୁଲାନ୍ସରେ ଶିଶୁକୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁର ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

Latest News