Breaking News

ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ସୁଧାଂଶୁ ଷଡ଼ଙ୍ଗୀ

Date:21-08-2019




ଓଜସ୍ଵୀ ଭୁବନେଶ୍ୱର: ଭୁବନେଶ୍ୱର-କଟକର ନୂତନ ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ପୂର୍ବତନ ପୋଲିସ କମିଶନର୍‌ ସତ୍ୟଜିତ ମହାନ୍ତି ସୁଧାଂଶୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଛନ୍ତି । ଦାୟିତ୍ୱ ନେବା ପରେ ଷଡ଼ଙ୍ଗୀ କହିଛନ୍ତି ଅପରାଧର ତଦନ୍ତ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି କମିଶନର୍‌ । ଟେକ୍ନୋଲୋଜି ଜରିଆରେ କିଭଳି ଭାବରେ ଅପରାଧଙ୍କୁ ଧରିବ ହେବ ସେ ନେଇ ଅଧିକ ଧ୍ୟାନ ଦିଆଯିବ । ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆମେ ସଙ୍କଳ୍ପବଦ୍ଧ ବୋଲି ସେ କହିଛନ୍ତି ।  ଅନ୍ୟପକ୍ଷରେ ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ୍‌ ବିଭାଗର ଏଡିଜି ଦାୟିତ୍ୱ ମିଳିଛି ।
ସୂଚନାଯୋଗ୍ୟ, ବି.କେ ଶର୍ମା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି । ଏଥିପାଇଁ ଆଇପିଏସ୍ ଓ ଓପିଏସ୍‌ ସ୍ତରରେ ୩୯ଜଣ ବରିଷ୍ଠ ଅଫିସରଙ୍କ ବଦଳି କରାଯାଇଛି ।

Latest News