Breaking News

ମୌସୁମୀ ଦୁର୍ବଳ, ଆସନ୍ତା ୫ ଦିନ ଯାଏଁ ବର୍ଷା ସମ୍ଭାବନା କ୍ଷୀଣ

Date:16-08-2019



ଭୁବନେଶ୍ୱର:ଗତ ୧୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିଲା । କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିବା ସହ ରାସ୍ତାଘାଟ ଧୋଇ ହୋଇଯାଇଥିଲା । ଏପରିକି ବଲାଙ୍ଗୀରରେ ୭୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା ।ଏହି ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବର୍ଷା ପ୍ରାୟ ସ୍ୱାଭାବିକ ହୋଇଛି । କିନ୍ତୁ ଆଗାମୀ ୫ ଦିନ ଯାଏଁ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ନାହିଁ । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରାଜସ୍ଥାନରେ ମନସୁନ ଟ୍ରପ ଲାଇନ ସୃଷ୍ଟି ହୋଇଛି । ମୌସୁମୀ ଏତେ ପରିମାଣରେ ସକ୍ରିୟ ନଥିବାରୁ ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ବର୍ଷା ହେବ ନାହିଁ । ଆସନ୍ତାକାଲି ଓ ତା ପର ଦିନ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

Latest News