Breaking News

ଶତକ ହାସଲ ସହ ଗାଙ୍ଗୁଲି ଓ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ କୋହଲି;

Date:12-08-2019




ଶତକ ହାସଲ ସହ ଗାଙ୍ଗୁଲି ଓ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ କୋହଲି; ସେପଟେ ବ୍ରାଏନ ଲାରାଙ୍କୁ ଟପିଗଲେ କ୍ରିସ ଗେଲ

ଓଜସ୍ଵୀ ବ୍ୟୁରୋ: ଗତକାଲିର ମ୍ୟାଚରେ ବିରାଟ କୋହଲି ୪୨ତମ ଶତକ ଅର୍ଜନ ସହ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୧୨୦ ରନର ପାଳି ଖେଳି କୋହଲି ସୌରଭଙ୍କୁ ଟପି ଭାରତୀୟ ଦ୍ୱତୀୟ ସର୍ବାଧିକ ରନ ସଂଗ୍ରହକାରୀ ରେକର୍ଡ ନିଜ ନାମରେ କରିନେଇଛନ୍ତି । ବିରାଟ ୨୩୮ ଇନିଂସରୁ ୧୧ ହଜାର ୪୦୬ ରନ କରିଛନ୍ତି । ଏବେ ୧୮ ହଜାର ୪୨୬ ରନ ସହ ତାଙ୍କ ଆଗରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।
ସେହିପରି ପାକିସ୍ତାନ ଜାଭେଦ ମିଆଁଦାଦଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ କୋହଲି । ସେପଟେ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ଓପନର କ୍ରିସ ଗେଲ ୩୦୦ ତମ ଦିନିକିଆ ଖେଳି ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ବ୍ୟକ୍ତି ଭାବେ ୧୧ ରନ କରି ଭୁନେଶ୍ୱର କୁମାରଙ୍କ ବଲରେ ଏଲବି ହୋଇ ପ୍ୟାଭିଲିୟନ ଫେରିଥିବା ଗେଲ । ହେଲେ ୩୦୦ ମ୍ୟାଚରୁ ୧୦ ହଜାର ୪୦୮ ରନ କରି ଦିନିକିଆରେ ୱେଷ୍ଟଇଣ୍ଡିଜର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନର ମାନ୍ୟତା ସେ ପାଇଛନ୍ତି ।

Latest News