Breaking News

ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆ

Date:11-08-2019




ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆ
ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ଵିତୀୟ ଦିନିକିଆ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପୂର୍ବରୁ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ତେବେ ବାକିଥିବା ଦୁଇଟି ମ୍ୟାଚରୁ କାଲି ଦ୍ଵିତୀୟ ମ୍ୟାଚ ଖେଳାଯିବ। ଏଥିରେ ଭାରତ ଦୁଇଟିରେ ବିଜୟୀ ହେଲେ ଟି-୨୦ ଭଳି ଦିନିକିଆ ସିରିଜ ମଧ୍ୟ ଅକ୍ତିଆର କରିବ।
ଓ୍ଵେଷ୍ଟଇଣ୍ଡିଜ ପାଖରେ ମଧ୍ୟ ସିରିଜ ଜିତି ବଦଲା ନେବାର ସୁଯୋଗ ରହିଛି। ଦଳରେ କ୍ରିସ ଗେଲଙ୍କ ଉପସ୍ଥିତି ଦଳର ଆତ୍ମବିଶ୍ଵାସ ବଢ଼ାଇ ଦେଇଛି। ସେହିପରି ପ୍ରଥମ ଦିନିକିଆରେ ୧୩ ଓଭର ଖେଳ ହୋଇଥିଲେ ମଧ୍ୟ ଇଭେନ ଲୁଇସଙ୍କ ଦମଦାର ଫର୍ମ ଭାରତ ପାଇଁ ବିପଦ ହୋଇପାରେ।
ଅନ୍ୟପକ୍ଷରେ ଟି-୨୦ ସିରିଜ ହାସଲ କରିଥିବା ଭାରତୀୟ ଦଳ ଦିନିକିଆ ମଧ୍ୟ ହାସଲ କରିବାକୁ ଚେଷ୍ଟା କରିବ। ଦଳରେ ରୋହିତ ଶର୍ମା, ଶିଖର ଧଓ୍ଵନଙ୍କ ଯୋଡ଼ି ଭାରତକୁ ସଫଳ କରାଇବାରେ ସାହାର୍ଯ୍ୟ କରିବ। ସେହିପରି ଟି-୨୦ରେ ରିଶବ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ଦିନିକିଆରେ ମଧ୍ୟ ଦେଖିବାକୁ ମିଳିବ।
ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୧୨୮ଟି ଦିନିକିଆ ମ୍ୟାଚ ଖେଳ ହୋଇଥିବା ବେଳେ ଭାରତ ୬୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ୬୨ଟି ମ୍ୟାଚରେ ବିଜୟୀ ହୋଇଛି।

Latest News