Breaking News

ବିଦେଶ ମନ୍ତ୍ରୀଙ୍କୁ ଗୁହାରି କଲେ ଦୁତି

Date:09-08-2019




ଦୂତୀ ଚାନ୍ଦ, ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ମାଗିଲେ ଭିସା
ଓଡିଶାର ଦ୍ରୁତଗାମୀ ଧାବିକା ଦୂତୀ ଚାନ୍ଦ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ୟୁରୋପିୟାନ୍ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଭିସା ଦେବାକୁ ଗୁହାରୀ କରିଛନ୍ତି । ସେ ଏହି ପ୍ରତିଯୋଗୀତାରେ ଭାଗ ନେବା ନେଇ ବିଶ୍ବ ଚାମ୍ପିୟନସିପ୍ ପାଇଁ ଚୟନ ହେବାକୁ ଚାହୁଁଛନ୍ତି । ବିଶ୍ବ ୟୁନିଭର୍ସସିଟି ଖେଳର ୧୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଥିବା ଦେଶର ପ୍ରଥମ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଖେଳାଳି ଦୂତୀ ଅନ୍ତରାଷ୍ଟ୍ରୀୟ ଆଥଲେଟିକସ୍ ଫେଡେରେସନ୍ ରୁ ମାନ୍ୟତା ପ୍ରାପ୍ତ ୧୦୦ମିଟିର ଦୌଡର ଦୁଇଟି ରେସ୍ ରେ ଭାଗ ନେବେ।

ଏହି ରେସ୍ ୧୩ ଅଗଷ୍ଟରେ ଆୟରଲ୍ୟାଣ୍ଡରେ ଏବଂ ୧୯ ଅଗଷ୍ଟରେ ଜର୍ମାନୀରେ ଖେଳାଯିବ । ଦୂତୀ ଟ୍ବିଟ୍ କରି ଲେଖିଛନ୍ତି କି, ଆୟାରଲ୍ୟାଣ୍ଡ ଏବଂ ଜର୍ମାନୀରେ ହେବାକୁ ଥିବା ଆଇଏଏଏଫ୍ ଟୁର୍ଣ୍ଣାମେର୍ଟରେ ସେ ଭାଗ ନେବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କୁ ଏବେ ଭିସା ମିଳୁନାହିଁ । କିଛି କାରଣରୁ ତାଙ୍କ ଭିସାର ଔପଚାରିକତା ପୂରଣ ହେଉନାହିଁ । ଜୟଶଙ୍କର ଏବଂ ବିଦେଶ ମନ୍ତ୍ରାଳୟକୁ ନିବେଦନ କରି ଯେତେ ଶିଘ୍ର ସମ୍ଭବ ହେଉଛି ଏଥିରେ ହସ୍ତକ୍ଷେପ କରି ସାହାର୍ଯ୍ୟ କରିବାକୁ କହିଛନ୍ତି ଦୂତୀ ।

Latest News