Breaking News

ରବି ଶାସ୍ତ୍ରୀ ପୁଣି ଭାରତର କୋଚ୍ ଦାୟିତ୍ୱ ଦେଲା ବିସିସିଆଇ

Date:16-08-2019



ଓଜସ୍ଵୀ ବ୍ୟୁରୋ: କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ । ବିଶ୍ୱକପରେ ଭାରତର ପରାଜୟ ପରେ ଏନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା ଆଲୋଚନା । ତେବେ ଆଜି ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିଛି, ଏବଂ ଭାରତୀୟ କ୍ରିକେଟ୍ ଦଳ ପାଇଁ ନୂଆ କୋଚ୍ ବାଛିଛି ବିସିସିଆଇ ।
ପୁଣି ଥରେ ରବି ଶାସ୍ତ୍ରୀଙ୍କ କାନ୍ଧରେ ଟିମ୍ ଇଣ୍ଡିଆର କୋଚ୍ ଭାର ଦାୟିତ୍ୱ ହସ୍ତାନ୍ତର କରିଛି ବସିସିଆଇ । ୨୦୧୯ ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ଶାସ୍ତ୍ରୀଙ୍କୁ ଅନେକ ସମାଲୋଚନା ହେବା ପାଇଁ ପଡିଥିଲା । ଏହା ପରେ ମଧ୍ୟ ପୁଣି ଶାସ୍ତ୍ରୀଙ୍କ ଉପରେ ଭରସା କରିଛି ବିସିସିଆଇ ।ଏନେଇ ୨୦୨୧ ପର୍ଯ୍ୟନ୍ତ କୋଚ୍ ରହିବେ ବୋଲି ସୂଚନା ଦେଲା ବିସିସିଆଇ ।

Latest News