Breaking News

ରୋଲ ମଡେଲ ପାଳଟିଛନ୍ତି ଝାରସୁଗୁଗୁଡ଼ାର “ପ୍ୟାଡ଼ ଓମ୍ୟାନ୍” ପାୟଲ ପଟେଲ

Date:09-08-2019



ଝାରସୁଗୁଡ଼ା ସ୍ୱତନ୍ତ୍ର ରିପୋର୍ଟ : ଜଣେ ମହିଳା ଚାହିଁଲେ ଏ ସମାଜ ପାଇଁ ଏକ ରୋଲ ମଡେଲ ଓ ଉଧାହରଣ ସୃଷ୍ଠି କରିପାରେ ତାହା ଝାରସୁଗୁଡ଼ା ଜିଲାର ପାୟଲ ପଟେଲ ପ୍ରମାଣିତ କରିସାରିଛନ୍ତି । ବେକାରୀ ସମସ୍ୟ ଦେଶର ବିକାଶରେ ବଡ଼ ବାଧକ । ଯୁବ ଶକ୍ତି ଦକ୍ଷ ହେଲେ ଦେଶ ଆଗକୁ ବଢ଼ିବ ଓ ଏହି ଦକ୍ଷ ଯୁବଶକ୍ତି ଦେଶର ବିକାଶ ପାଇଁ ପାଥେୟ ହେବେ ଏହି କଥା ପାୟଲ ପଲେଙ୍କ କ୍ଷେତ୍ରରେ ଉଧାହରଣ ହୋଇଛି । ଝାରସୁଗୁଡ଼ା ଜିଲା  କିର୍ମିରା ବ୍ଲକ ବାଗଡ଼ିହି ପଞ୍ଚାୟତ ବରପାନ ଗ୍ରାମର ପାୟଲ ପଟେଲ ବୟସ ମାତ୍ର ୨୩ ବର୍ଷ । ପାୟଲର ବାପା ପ୍ରଶାନ୍ତ ପଟେଲ ୨୦୦୯ ମସିହାରେ କର୍କଟ ରୋଗର ଶିକାର ହୋଇ ୨୦୧୪ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାପାଙ୍କର ଚିକିତ୍ସା ପାଇଁ ଘରର ଅର୍ଜିତ ଧନ ସବୁ ସରିଗଲା । ସେତେବେଳେ ପାୟଲ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ବିଏସସିରେ ପାଠ ପଡ଼ୁଥିଲେ । ବାପାଙ୍କ ମୃତ୍ୟୁ ପରେ ବହୁ କଷ୍ଠରେ ପାଠ ପଢ଼ା ଶେଷକରି ଚାକିର ପଛରେ ନ ଗୋଡ଼ାଇ ନିଜେ ସ୍ୱବଳମ୍ବୀ ହେବାକୁ ମନସ୍ଥ କରିଥିଲେ । ଘରେ କେବଳ ପାୟଲର ମାଁ ସରିତା ଓ ଜଣେ ସାନ ଭଉଣି ରହିଥିଲେ ।  ପାୟଲ ନିଜଗୋଡ଼ରେ ନିଜେଛିଡ଼ା ହୋଇ ପରିବାରର ଗୁଜୁରଣ ମେଣ୍ଟାଇବାର ମଧ୍ୟ କର୍ତ୍ତବ୍ୟ ମୁଣ୍ଡ ଉପରେ ରହିଥିଲା । ବେଲପାହାଡ଼ ଠାରେ ଥିବା ଗ୍ରାମୀକ କର୍ମ ନିଯୁକ୍ତି ତାଲିମ କେନ୍ଦ୍ରରେ ଗତ୨୦୧୬ ମସିହାରେ ପାୟଲ ପ୍ରଥମକରି ସାନିଟାରି ନାପକିନର (ପ୍ୟାଡ଼) ତିଆରିର ତାଲିମ ନେଇଥିଲେ । ଅଧିକ ତାଲିମ ପାଇଁ ପାୟଲ ମୁମ୍ବାଇ ଯାଇ ସେଠାରେ ମଧ୍ୟ ତାଲିମ ନେଇଥିଲେ । ଏହି ତାଲିମ ନେବାପରେ ପାୟଲର ମନୋବଳ ବଢ଼ିଯାଇଥିଲା । ଘରକୁ ଫେରି ନିଜ ବାପାଙ୍କ ନାମରେ ପ୍ରଶାନ୍ତ ଇଣ୍ଟରପ୍ରାଇଜେସ୍ ନାମରେ ସାନିଟାରିନାପକିନ କାରଖାନା ସ୍ଥାପନ କରିଥିଲେ । ଏଥିପାଇଁ ନିଜଘରି କିଛି ପଇସା ବାହାର କରିଥିଲେ । ୮ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରିଥିଲା । ଏହି ଋଣ ପାଇଁ ପାୟଲକୁ ଏକ ବର୍ଷକାଳ ବ୍ୟାଙ୍କର ଚକ୍କର କାଟିବାକୁ ପଡ଼ିଥିଲା । ଗତ ୨୮ ମଇ ୨୦୧୭ ତାରିଖରେ ପାୟଲର ଏହି ସାନିଟାରି ନାପକିନ କାରଖାନା ଉଦଘାଟିତ ହୋଇଥିଲା । ଏହି କାରଖାନା ସ୍ଥାପନ କରିବାପରେ ପାୟଲକୁ ଅନେକ ଟାହି ଟାପର ମଧ୍ୟ ସୁଣିବାକୁ ପଡ଼ିଥିଲା । ବାହା ବୟସରେ ଝିଅ ବ୍ୟବସାୟ କରିବାକୁ ସଂପର୍କିୟ ମାନେ ମଧ୍ୟ ପସନ୍ଦ କରୁନଥିଲେ । କିନ୍ତୁ ପାୟାଲର ମାଁ ସରିତା ପଟେଲ ଝିଅ ସହିତ ସଦାବେଳେ ଛିଡ଼ା ହୋଇ ସାହାସ ଦେଇଥିଲେ । ଆଜି ପାୟଲର ସାନିଟାରୀ ନାପକିନ ଆଇଏସଓ-୨୦୦୯କମ୍ପାନୀ ମାନ୍ୟତା ପାଇ ସାରିଛି । ଏହିକାରଖାନା ପାଇଁ କଞ୍ଚାମାଲା ଯୁକ୍ତରାଷ୍ଟ୍ର ଆମେରିକାର ସେଲିଲୋର କମ୍ପାନୀରୁ ପାୟଲ କରୁଛନ୍ତି । ଏହି ନାପକିନର ମୂଲ୍ୟ ମାତ୍ର ୨୫ ଟାଙ୍କା ଯାହାକି ଜଣେ ଗରିବ ମହିଳା ମାନେ ମଧ୍ୟ ବ୍ୟବହାର କରିପାରିବେ । ପାୟଲଙ୍କର ନାପକିନ କଟନ ଟିସୁ, ବାଇଓ ପ୍ଲାଷ୍ଟିକ ଓ ସେଲିଲୋର ପୁଲ୍ପରେ ତିଆରି ଯାହାକି ସାଧାରଣ ମାଟିରେ ପଡ଼ିଲେ କମ୍ପୋଷ୍ଟ ହେଇଯିବ ବୋଲି ପାୟଲ ପଟେଲ କହିଛନ୍ତି । ଏହି ନାପକିନ ବର୍ତ୍ତମାନ ପାୟଲ କେତେକ ସରକାରୀ ସ୍କୁଲ, ଭୁବନେଶ୍ୱରର ଏକ ଫାର୍ମା କମ୍ପାନୀକୁ ପଠାଉଛନ୍ତି । କିନ୍ତୁ ଅନ୍ତର୍ଜାତୀକ ମହିଳା ଦିବସ ଠାରୁ ସ୍ଥାନୀୟ ବଜାରରେ ମଧ୍ୟ ଏହି ନାପକିନ ମିଳିବ ବୋଲି ପାୟଲ କହିଛନ୍ତି । ରାଜ୍ୟ ସରକାରଙ୍କ ମେକ୍ଇନ୍ ଓଡ଼ିଶା ଯୋଜନାକୁ ସାକାର କରିଥିବା ପାୟଲ ପଟେଲଙ୍କ ଏହି ପ୍ରୟାସ ପାଇଁ ଅନେକ ସମ୍ମାନ ମଧ୍ୟ ମିଳିଛି । ରାଜ୍ୟ ସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପାୟଲ ପଟେଲଙ୍କୁ ରୋଲ ମଡେଲ ପୁରସ୍କାର ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ବଲୱନ୍ତ ସିଂ ପ୍ରଦାନ କରିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଜିଲାପାଳ ବିଭୁତୀ ବୂଷଣ ପଟ୍ଟନାୟକ ପୁରସ୍କୃତ କରିଛନ୍ତି । ଆଜି ପାୟଲ ନିଜର ଦୃଢ଼ ଇଛାଶକ୍ତି ବଳରେ ନିଜେ ମହିଳାଙ୍କ ପାଇଁ କମ ଦାମରେ ସାନିଟାରୀ ପ୍ୟାଡ଼ ନିର୍ମାଣ କରି ଝାରସୁଗୁଡ଼ାର ପ୍ୟାଡ଼ ଓମ୍ୟାନ ପାଳଟି ଯାଇଛନ୍ତି । ନିଜେତ ସ୍ୱବଳମ୍ବୀ ହେଇଛନ୍ତି ତା ସହିତ ୬ ଜଣ ଯୁବତୀଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଆଜି ଯାଏ ପାୟଲକୁ ଅନେକ ଅନୁଷ୍ଠାନ ପକ୍ଷରୁ ଅନେକ ସମ୍ମାନ ପ୍ରଦାନ କରାଯାଇଛି । କିନ୍ତୁ ଏହି ସମ୍ମାନ ସେତେବେଳେ ସାର୍ଥକ ହେବ ଯେତେବେଳେ ପାୟଲର ଏହି ପ୍ରୟାସ ଘରେ ଘରେ ପଂହଚି ପାରିବ । 

Latest News