Breaking News

ଝାରସୁଗୁଡା ଜିଲ୍ଲା କଂଟାପାଳି ପ୍ରାଥମିକ ବିଦ୍ୟାଳୟ ବିପଦସଂକୂଳ ଅଵସ୍ଥା

Date:28-08-2019



ଓଜସ୍ଵୀ ଝାରସୁଗୁଡା: ଶିକ୍ଷା ର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ମାନ ରହିଛି , ସେ ମଧ୍ୟରେ ସ୍କୁଲର ମରାମତି କରିବାର ଯୋଜନା ରହିଛି କିନ୍ତୁ ହଂ କଟାପାଲି ପଞ୍ଚାୟତରେ ଯୋଜନା ପହଞ୍ଚି ପାରୁନାହିଁ । ଝାରସୁଗୁଡା ସହର ଉପକଣ୍ଠ ହଂସାମୁରା କଟାପାଲି ପଞ୍ଚାୟତ ର କଟାପାଲି ଗ୍ରାମରେ ଥିବା କଟାପାଲି ପ୍ରାଥମିକ ବିଦ୍ୟାଳୟ ବିପଦସଂକୂଳ ଅଵସ୍ଥାରେ ଚାଲିଛି । ୧୯୦୯ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି । ଶ୍ରେଣୀ ଗୃହରେ ଲାଗିଥିବା ଆଜବେଷ୍ଟର  ମାନ ଫାଟି ଆଁ ହେଲାଣି । ବର୍ତ୍ତମାନ ଵର୍ଷା ୠତୁ ଚାଲିଛି , ସ୍କୁଲର ହାଲ ବେହାଲ । ବର୍ଷା ପାଣି ଆଜବେଷ୍ଟର କଣାରୁ ଗଳିୁ ଶ୍ରେଣୀ ଗୃହକୁ ପସି ଯାଉଛି । କେବଳ ସେତିକି ନୁହଁ ୧ଶହ ବର୍ଷ ପୁରୁଣା ଛାତ ବର୍ତ୍ତମାନ ସୁଦ୍ଧା ମରାମତି ହୋଇନାହିଁ । ଛାତରେ ଲାଗିଥିବା କାଠ ବତାରେ ଡିଆଁ ଲାଗିଗଲାଣି ,କେତେବେଳେ ଭୁଷୁଡି ପଡିବ ତାହା ଅଜଣା । ପିଲାମାନେ ଏହି ବିପଦ ସଂକୂଳ କୋଠରୀ ମାନଙ୍କରେ ବସି ପାଠ ପଢ଼ୁଥିବା ଭଳି ଦୃଶ୍ୟ ଆମ ଓଜଶ୍ବିଓଡିଶା ନ୍ୟୁଜ କ୍ୟାମେରାରେ କୈଦ ହୋଇଛି ।ବର୍ଷା ହେଲେ ପାଣି ଗଲୁଥିବାରୁ ପିଲାଙ୍କ ବହିପତ୍ର ଭିଜିଯାଉଥିବା ସହ ଛାତ ଦୂର୍ବଳ ହୋଇଥିବାରୁ ଅଘଟଣ ର ବିପଦ ରହିଥିବା ଦେଖାଯାଇଛି । ତେବେ ସ୍କୁଲ ର ପ୍ରଧାନ ଶିକ୍ଷକ ଏବଂ ସ୍କୁଲ କମିଟି ଚେୟାରମେନ ଶିକ୍ଷା ବିଭାଗ କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଏଯାବତ ମରାମତି ହେଉନଥିବା ଶିକ୍ଷା ବିଭାଗର ଖାମଖିଆଳି ମନୋଭାବ କୁ ଦର୍ଶାଉଛି ।ତେବେ ଆମେ ଏ ଘଟଣାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲୁ । ତେବେ ସ୍କୁଲ ର ମରାମତି ଖୁବ ଶିଘ୍ର କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି । ଯଦ ଏହି ସ୍କୁଲରି ମରାମତି ଶିଘ୍ର ନ ହୁଏ ତେବେ ଅଘଟଣ ରୋକିବା ଅସମ୍ଭବ ହୋଇପଡିବ । (ରିପୋର୍ଟର: ଗୁରୁଚରଣ ବାଗ, ଝାରସୁଗୁଡା)

Latest News