Breaking News

ଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକ ନିଲମ୍ୱିତ

Date:27-08-2019




ଓଜସ୍ଵୀ ମାଲକାନଗିରି : ମାଲକାନଗିରି ଜିଲା ଆବାସିକା ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ମଙ୍ଗଳବାର ଡବ୍ଲୁଡିଓ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ୱନ କରିବାସହ ସହ ପ୍ରଧାନଶିକ୍ଷକଙ୍କୁ ନୋଟିସ୍ ଜାରିକରିଛନ୍ତି ।
ସୂଚନା ଅନୁଯାୟୀ, ପରୀକ୍ଷା ଖାତା ଦେଖିବା ବାହାନାରେ ମାଲକାନଗିରି ଜିଲା ଆବାସିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କୁ ସ୍କୁଲ ଶିକ୍ଷକ ଅସଦା ଚରଣ କରିଥିବାର ଅଭିଯୋଗ ହୋଇଥିଲା । ଯାହାର ପରିମାଣ ସ୍ୱରୂପ ଶିକ୍ଷକ ଜଣଙ୍କୁ  ଗ୍ରାମବାସୀମାନେ ନିର୍ଧୁମ ପିଟିବାପରେ ସ୍କୁଲର ଗେଟରେ ବାନ୍ଧିପକାଇଥିଲେ । ଯାହାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହାପରେ ବିଭାଗୀୟ କର୍ତ୍ତୃପକ୍ଷ  ଘଟାଣ ସ୍ଥଳରେ ପହଞ୍ଚି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Latest News