Breaking News

ଝାରସୁଗୁଡ଼ା ଜିଲ୍ଲାରେ ସପ୍ତମ ଅର୍ଥନୈତିକ ଗଣନାର ଶୁଭାରମ୍ଭ

Date:26-08-2019




ଓଜସ୍ଵୀ ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲାରେ ସପ୍ତମ ଅର୍ଥନୈତିକ ଗଣନା ଆଜିଠୁ ଶୁଭାରମ୍ଭ କରାଯାଇଛି । ସପ୍ତମ ଅର୍ଥନୈତିକ ଗଣନାକୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଡେପୁଟି କଲେକ୍ଟର ଆଲୋମଣି ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସପ୍ତମ ଅର୍ଥନୈତିକ ଗଣନାକୁ ସିଏସସି ସେଣ୍ଟର (ଜନସେବା କେନ୍ଦ୍ର) ର ପରିଚାଳକ ମାନଙ୍କ ପକ୍ଷରୁ ପ୍ରଥମ ଥର ମୋବାଇଲ ଆପ୍ସରେ କରାଯିବ । ସିଏସସିର ଭିଏଲଇଙ୍କ ସହ ଏନୁମେନେଟର ମାନେ ମୁଖ୍ୟତଃ ଏହି ଦାୟିତ୍ୱ ତୋଳାଇବେ । ଶୁଭାରମ୍ଭ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଡେପୁଟି ଡ଼ାଇରେକ୍ଟର ଶରତ କୁମାର ନାଏକ, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଦୁଃଶାସନ ସାହୁ, ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର, ଡିସିପିଓ ସୁନନ୍ଦ ମହାରଣା, ସିଏସସି ଜିଲ୍ଲା ମ୍ୟାନେଜର ମହମ୍ମଦ ସେହେନେଵାଜ, ଅତିରିକ୍ତ ମ୍ୟାନେଜର ସୁବ୍ରତ କୁମାର ରାଉତ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା  ଉପସ୍ଥିତ ରହିଥିବା ବେଳେ ସିଏସସି ଭିଏଳଇ ମାନଙ୍କ ମଧ୍ୟରେ ଗାନ୍ଧିରାମ ବେହେରା, ଅଚ୍ୟୁତାନନ୍ଦ ପଟେଲ, ଆନିଦ୍ୟରାଜ ଖଡ଼ଙ୍ଗା, ଦିଲ୍ଲୀପ ଡ଼ିହିରିଆ, ଗୁଣନିଧି ସାହୁ, ସନ୍ତୋଷ ଖଟ ଖଟବା, ସନତ ସାହୁ, ହେମାନନ୍ଦ ରୋହିଦାସ ଙ୍କ ଅନ୍ୟ ଭିଏଳଇ ଓ ଏନୁମେନେଟର ମାନେ ଉପସ୍ଥିତ ରହିଥିଲେ ।

Latest News