Breaking News

ରାଜପୁରରେ ଶନି ଦେବଙ୍କ ଜୟନ୍ତୀ ପାଳିତ

Date:24-08-2019




ଓଜସ୍ଵୀ ବ୍ରଜରାଜନଗର:- ଝାରସୁଗୁଡା  ଜିଲ୍ଲା ରାଜପୁର ପଞ୍ଚାୟତର ରାଣୀବନ୍ଧଠାରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶନି ସିଗ୍ନାପୁର ପରି ଏକ ଶନି ମନ୍ଦିର ରହିଛି। ପ୍ରାୟ ସମସ୍ତ ଶନି ମନ୍ଦିରରେ ଶନି ଦେଵଙ୍କର ବିଗ୍ରହ ପୂଜା ପାଉଥିବା ବେଳେ ଏହି ମନ୍ଦିରର ବିଶେଷତ୍ୱ ହେଉଛି  ଶନି ସିଗ୍ନାପୁର ପରି ଏଠାରେ ଶିଳା ବିଗ୍ରଜଙ୍କୁ ପୂଜା କରା ଯାଇଥାଏ। ତେବେ ଆଜି ଏହି ମନ୍ଦିରରେ ଶନି ଦେବଙ୍କର ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ରାଜ ପୁରୋହିତ ପ୍ରଦୀପ ପାଟଯୋଶୀଙ୍କ ତତ୍ୱବାଧାନରେ ପଣ୍ଡିତ ବାସୁଦେବ ଦାଶ, ମୋତିଲାଲ ମିଶ୍ର ଶନି ଦେଵଙ୍କ ଶିଳା ବିଗ୍ରହଙ୍କୁ ସକାଳ ୬ଟା ରେ ମହାଭିଷେକ, ନୈବୈଦ୍ୟ ପୂଜା, ୯ଟାରେ ପୂଜାର୍ଚନା, ୧୧ଟା ରେ ପୂର୍ଣ୍ଣାହୁତି ପୂଜା କରିଥିଲେ। ସନ୍ଧ୍ୟାରେ ଆଳତି ଓ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ଓମ ପ୍ରକାଶ ହୋତା ଓ ସୁଜାତା ହୋତା କର୍ତାର ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ପୂଜା ପାଉଥିବା ହନୁମାନ, ରାହୁ ଓ କେତୁଙ୍କୁ ମଧ୍ୟ ପୂଜାର୍ଚନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଶନି ଦେବଙ୍କ ଅପାର ମହିମା ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଜନ ସମାବେଶ ଲାଗି ରହିଥିଲା। ବିଶେଷ କରି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ାରୁ ବହୁ ମାତ୍ରାରେ ଭକ୍ତ ମାନେ ଆସି ଏହି ଜୟନ୍ତୀ ସମାରୋହରେ ଯୋଗଦେଇ ଶନି ଦେବଙ୍କ ଦର୍ଶନ କରିଥିଲେ।   à¬ªà­à¬°à¬®à­‹à¬¦ ସାଏ, ରମେଶ ପ୍ରଧାନ, ନିରାକାର ମେହେର, କ୍ଷୀରୋଦ ମେହେର, ନକୁଳ ରାଏ, ସଂଯୁକ୍ତା ହୋତା, ଶରତ ବାରିକ, ବିପିନ ପାଲ, ସୁବାଷ ପ୍ରଧାନ, ଆକାଶ ଦାଶ, ଶଙ୍କର ବାଗ, ବରୁଣ ସା, ଦୟାମୟ ମେହେର, ଆନନ୍ଦ ତୁରୀ, ସରୋଜ ସା ପ୍ରମୁଖ ପୂଜାର୍ଚନାରେ ସହଯୋଗ କରିଥିଲେ।

Latest News