Breaking News

ସାର୍ବଜନିନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ

Date:23-08-2019



ବରପାଲି ବ୍ଲକ ଯାଦବ ସମାଜ ଆନୁକୁଲ୍ୟରେ ତିନିଦିନ ବ୍ୟାପି ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହାସମାରୋହରେ ପାଲିତ ହୋଇଯାଇଛି । ଗତ ଭାଦ୍ରବ କୃଷ୍ଣପକ୍ଷ ଷଷ୍ଠୀ ଶନିବାର ଦିନ ଅପରାହ୍ନ ୨ଟା ସମୟରେ ଦେବାଦେବି ନିମନ୍ତ୍ରଣ କରାଯିବା ପରେ ଅପରାହ୍ନ ୪ଟା ସମୟରେ ପାରମ୍ପାରିକ ରୀତିରେ ଘଣ୍ଟଶଙ୍ଖ ଓ ଦୁଲଦୁଲି ବାଜା ସହ ଶତାଧିକ ମହିଲା ଓ ଯୁବତି କଳସ ଶୋଭାଯାତ୍ରାରେ ବାହାରି ପବିତ୍ର ଜଳ ଆଣି ସ୍ଥାପନା କରିଥିଲେ । ପରେ ସନ୍ଧ୍ୟା ସମୟରେ ବଲାଙ୍ଗିର ସଂଗିତ ମହାବିଦ୍ୟାଲୟ ସ୍ୱର ଝଙ୍କାରର କଳାକାରମାନେ ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ । ଆଜି ଶୁକ୍ରବାର ଦିନ ସକାଳ ସମୟରେ ପୁଜାର୍ଚ୍ଚନା ପରେ ଗୋପାଳଙ୍କ ସହସ୍ରନାମ ପାଠ କରାଯାଇଥିଲା । ଏହାପରେ ଶିଶୁ କଲାକାର ମାନଙ୍କୁ ନେଇ ବାଲକୃଷ୍ଣ ସମାବେଶ ଆୟୋଜିତ ହୋଇଥିଲା । ପରେ ସକାଲ ୧୦ଟା୩୦ମି. ସମୟରେ ଭାରତିୟ ସଂସ୍କୃତିରେ କୃଷ୍ଣ ଚେତନା ବିଷୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗବତ ବାଣୀ ଭୁଷଣ ପ୍ରବଚକ ଶ୍ରୀଯୁକ୍ତ ଦିବାକର ନନ୍ଦ ଓ ଭୁବନେଶ୍ୱରରୁ ବିଦୁଷି ଶ୍ରୀମତି ସଂଯୋଦୟା ନନ୍ଦ ଓ ସାଥି ଯୋଗଦେଇ ସମାଜ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିଲେ । ଅପରାହ୍ନ à­¨.à­©à­¦ ସମୟରେ ଭକ୍ତି ସଂଗିତ ଉପରେ ଆଧାରିତ ନୃତ୍ୟ ଓ ଗୀତ ସମାବେଶ ଭକ୍ତି ସାଗର ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ବରପାଲି, ଲିଟିଲ ଏଞ୍ଜଲ୍ସେ ପବ୍ଲିକ ସ୍କୁଲ ବରପାଲି, ଓଡିଶି ନୃତ୍ୟ ଭୁବନେଶ୍ୱର, ଗୋଟିପୁଅ ନାଚ, ଲଉଡିଖେଳ (ସାକ୍ଷିଗୋପାଳ) ଏବଂ ଅନ୍ୟାନ୍ୟ ସ୍ଥାନିୟ କଲାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ବରଗଡ ଦେବେଶ ଆ·à¬°à­à¬¯à­à­Ÿ ଓ ସମ୍ମାନିତ ଅତିଥି ଭାବରେ ପୁର୍ବତନ ବିଜେପୁର ବିଧାୟିକା ରୀତା ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ଲାଲ ବିକ୍ରମ ସିଂଦେଓ ଯୋଗଦେଇ କୃତି କଲାକାର ମାନଙ୍କୁ ପୁରସ୍କାର ବିରତଣ କରିଥିଲେ । ପରେ ରାତ୍ର ସମୟରେ ବସୁଦେବ ଓ ଉଗ୍ରସେନ ଭେଟ, ବିଜୁଲି କନ୍ୟାର ଭବିଷ୍ୟବାଣି, ଗୋପି ଗୋପାଲ ମାନଙ୍କ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଲନର ନାଟ୍ୟ ରୁପାନ୍ତର ପ୍ରବଚକ ଜୟକୃଷ୍ଣ ଭୋଇ ଓ ସାଥିମାନେ ପରିବେଷଣ କରିଥିଲେ । ସଭାପତି ମନବୋଧ ଭୋଇ ଓ ସଂପାଦକ ଜୟକାନ୍ତ ମହାକୁର, ଖାଡିଆ ବଗର୍ତ୍ତି, ପବିତ୍ର ବାଗ, ରସାନନ୍ଦ ଥପା, ବିହାରି ପୋଢ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·à¬²à¬¨à¬¾ କରିଥିଲେ । 

Latest News