Breaking News

ବ୍ରଜରାଜନଗର ସରସ୍ଵତୀ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ

Date:23-08-2019



ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସଵ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ କୃଷ୍ଣ ଙ୍କର  ଜନ୍ମ ଠାରୁ ମୃତ୍ୟୁ ଯାଏଁ କିଭଳି ସଂଘର୍ଷ ପୂର୍ଣ୍ଣ ଜୀବନ ସେନେଇ ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ନିତ୍ୟାନନ୍ଦ ଖମାରି ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ରଜରାଜନଗର ର ଜଣାଶୁଣା କବି ତଥା ଡ଼ ଶିଵପ୍ରିୟା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ସ୍କୁଲର  କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୋଟିଏ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଶେଷରେ ବିଦ୍ୟା ମନ୍ଦିର ର ଛାତ୍ର ମାନଙ୍କ ଦ୍ୱାରା ଦହିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ କରାଯାଇଥିଲା। ଜନ୍ମାଷ୍ଟମୀ ରେ ପ୍ରାୟତଃ ବିଦ୍ୟାଳୟ ବନ୍ଦ ରହୁଥିବା ବେଳେ ସରସ୍ୱତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ କୁ ପ୍ରତିବର୍ଷ ପାଳନ କରାଯାଏ।

Latest News