Breaking News

ଝାରସୁଗୁଡା ପୋଲିସ କବଜାରୁ ସନ୍ଦିଗ୍ଧ ଯୁବକ ଫେରାର

Date:23-08-2019



ଓଜସ୍ଵୀ ଝାରସୁଗୁଡା:  ଝାରସୁଗୁଡା ପୋଲିସ କବଜାରୁ ସନ୍ଦିଗ୍ଧ ଯୁବକ ଫେରାର ମାରିଲା। ଗତ କାଲି ସନ୍ଧ୍ୟା ସମୟରେ ଝାରସୁଗୁଡା ମଙ୍ଗଳ ବଜାର ସ୍ଥିତ ହଟଲିପଡ଼ା ରେ ରହୁଥିବା  ସୋହେବ ନାମକ ଜଣେ ବ୍ୟକ୍ତି ଙ୍କ ଘରକୁ ଜଣେ ଚୋର ଚୋରି ଉଦେଶ୍ୟ ରେ ପଶିଥିଲା। ତେବେ ସେହି ସମୟରେ ପରିବାରର ସମସ୍ତ ସଦସ୍ୟ ଥିବା ସତ୍ତ୍ୱେ ଘରେ ପଶି ତାଙ୍କ ଶୋଇବା ଘର ର ତାଲା ଭାଙ୍ଗି ରୁମ ଭିତରେ ପଶିଥିଲା । ସେହି ବ୍ୟକ୍ତିର ନାଁ ସାଗିର  ଶେଖ ଏବଂ ସେ ସୁନ୍ଦରଗଡ଼ ଜିଲ୍ଲା ପତରାପାଲି ର ବୋଲି ସୂଚନା ମିଳିଛି ।ଘରେ ପଶି ସେ ଘର ଅସବାବ ପତ୍ର କୁ ତଲାସୀ କରୁଥିବା ସମୟରେ ସୋହେବ ଙ୍କ ଝିଆରୀ ଆଫ୍ରିନ ବାନୋ ଏବଂ ତଳକ ନାସୀମ ତାକୁ ଦେଖି ପାଟି କରିଥିଲେ। ଏଥିରେ ସମସ୍ତ ପରିବାର ସଦସ୍ୟ ମିଶି  ଚୋରଟିକୁ କାବୁ କରିବା ସହ ପୋଲିସ କୁ ଜିମା ଦେଇଥିଲେ। କିନ୍ତୁ ଉକ୍ତ ଚୋର ସାଗିର ଶେଖ କୁ ଥାନା ଆଣିବା ଆଗରୁ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା।  ତେବେ ଥାନାରୁ ଖସି ପଲାଇବା ଘଟଣାକୁ ଅସ୍ବୀକାର କରିଛି ଟାଉନ ଥାନା ପୋଲିସ। ଥାନାରେ ଏତଲା ଆସିବା ପୁର୍ବରୁ ଅପରାଧି ଚମ୍ପଟ ମାରିଥିବା କହିଛି  ପୋଲିସ। ତେବେ ଏ ନେଇ ଝାରସୁଗୁଡ଼ା ଥାନାରେ ଆଇପିସି ଧାରା ୪୫୪, ୫୧୧ ଏବଂ ୩୮୦ ରେ  ମାମଲା ରୁଜୁ କରାଯାଇଛି। ଏବଂ ଫେରାର ଅପରାଧୀ ର ସନ୍ଧାନ କରୁଛି ପୋଲିସ।

Latest News