Breaking News

ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ବାର୍ଷିକୀ, କନ୍ଧମାଳରେ ସୁରକ୍ଷା ବà­

Date:23-08-2019




ଓଜସ୍ଵୀ କନ୍ଧମାଳ: ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ । ଲକ୍ଷ୍ମଣାନନ୍ଦଙ୍କ କନ୍ଧମାଳ ଚକାପାଦସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଳେଶପଟା କନ୍ୟାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ଏହା ସହିତ ଜନ୍ମାଷ୍ଟମୀ ହୋଇଥିବାରୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚକାପାଦ ଓ ଜଳେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି । ଫୁଲବାଣୀ ସହରର ଗାନ୍ଧୀ ସ୍ମୃତି ଭବନରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫୁଲବାଣୀ ସହରରେ ଅଧିକ à­§ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଅଘଟଣକୁ ଏଡ଼ାଇବାକୁ ବିଭିନ୍ନ ସ୍ଥାନରେ ଗାଡ଼ି ମଟରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଡିଏସ୍‌ପି ଓ ଅତିରିକ୍ତ ଏସ୍‌ପି ଆଶ୍ରମରେ କ୍ୟାମ୍ପ କରିଛନ୍ତି । 

Latest News