Breaking News

ଦିବଂଗତ ସୁବଲ ସାହୁଙ୍କ ଦ୍ୱିତିୟ ଶ୍ରାଦ୍ଧଦିବସ ପାଲିତ

Date:22-08-2019



 à¬“ଜସ୍ୱି ବରଗଡ଼ - ଆଜି ବରପାଲିଠାରେ ବିଜ୍ଞାପିତ ଅଂଚଲ ପରିଷଦ କାର୍ଯ୍ୟାଲୟ ପରିସରରେ ପୁର୍ବତନ ବିଧାୟକ ଦିବଂଗତ ସୁବଲ ସାହୁଙ୍କ ଦ୍ୱିତିୟ ଶ୍ରାଦ୍ଧବାର୍ଷିକି ପାଲିତ ହୋଇଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଲି ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଶ୍ରୀଯୁକ୍ତ ସାହୁଙ୍କର ସୁପୁତ୍ର ସୁମିତ ସାହୁ ଓ ସୌରଭ ସାହୁଙ୍କ ସହ ପୁର୍ବତନ ବିଧାୟିକା ରୀତା ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର, ବିଜ୍ଞାପିତ ଅଂଚଲ ପରିଷଦ ପୁର୍ବତନ ଉପାଧକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠି, ପୁର୍ବତନ ଅଧ୍ୟକ୍ଷା ମିନା ସେଠ, ଗୌରହରି ମିଶ୍ର, ନରେନ୍ଦ୍ର ହୋତା, ଟିକାୟତ ମହତ୍ତମ, ଅଧିକାରି ବାରିକ, ମଧୂ ପଧାନ ସମେତ ଶତାଧିକ ସୁବଲ ପ୍ରେମି ଉପସ୍ଥିତ ରହି ଦିପ ପ୍ରଜ୍ୱଲନ କରିବା ସହ ତାଙ୍କ ଫଟୋରେ ପଷ୍ପ ଅର୍ପଣ କରି ସେମାନଙ୍କ ଭାବପୁଣ୍ଣ ଶ୍ରଦ୍ଧାଞ୍ଜଲି ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ବାହାରି ସୁବଲ ସାହୁ ଅମର ରହେ ନାରା ଦେଇ ହୋତା ଟେଣ୍ଡ ହାଉସ ବାହାରି ସୁବଲ ଶିଶୁ ଉଦ୍ୟାନରେ ଥିବା ତାଙ୍କ ପୁର୍ଣ୍ଣବୟବ ପ୍ରତିମିର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Latest News