Breaking News

ଯକ୍ଷ୍ମା ରୋଗର ନିରାକରଣ ପାଇଁ ଚୁକ୍ତି

Date:22-08-2019



ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ DMF କକ୍ଷରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ କମ୍ପାନୀକୁ ନେଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯକ୍ଷ୍ମା ରୋଗ ରୁ କିଭଳି ଭାବେ ରକ୍ଷା ମିଳିପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।ଶ୍ରମିକ ତାର ସ୍ବାସ୍ଥ୍ୟ ର ଯତ୍ନ ନିଜେ କିଭଳି ନେବ ଏଵଂ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ କମ୍ପାନୀ ରୁ କଣ ସୁବିଧା ପାଇବ ସେ ବିଷୟରେ ଏକ ପ୍ରଶିକ୍ଷଣ ସିବିରର ଆୟୋଜନ କରିବା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବା ସହ ଶ୍ରମିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସହ ଚୁକ୍ତି କଲେ ବିଭିନ୍ନ କମ୍ପାନୀ । ଉକ୍ତ ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଜିଲ୍ଲାଚିକିତ୍ସା ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ପଦାଧିକାରୀ ଯୋଗଦେଇଥିଲେ ।

Latest News