Breaking News

ବେଦାନ୍ତ ରେ ଚାକିରୀ କରେଇ ଦେବାକୁ କହି ହଜାର ହଜାର ଟଙ୍କା ଠକେଇ କରି ନେଉଥିବା ଗ୍ୟାଙ୍ଗ ï

Date:22-08-2019



ଓଜସ୍ଵୀ ଝାରସୁଗୁଡା: ବେଦାନ୍ତ ରେ ଚାକିରୀ କରେଇ ଦେବାକୁ କହି ହଜାର ହଜାର ଟଙ୍କା ଠକେଇ କରି ନେଉଥିବା ଗ୍ୟାଙ୍ଗ କୁ ଗିରଫ କରିଛି ବଡ଼ମାଲ ପୋଲିସ। 
ଝାରସୁଗୁଡ଼ା ଜିଲ୍ଲା ବେଦାନ୍ତ କାରଖାନା ରେ ଚାକିରୀ କରେଇଦେବାକୁ କହି ଲୋକଙ୍କୁ ଠକୁ ଥିବା ଗ୍ୟାଙ୍ଗ ର ଚାରି ଜଣ ସଦସ୍ୟ କୁ ଗିରଫ କରିଛି ବଡ଼ମାଲ ପୋଲିସ। ଏମାନଙ୍କ ଠାରୁ 54 ହଜାର ନଗଦ ଟଙ୍କା ସାଙ୍ଗରେ ଗୋଟିଏ ଦାମୀ କାର ମଧ୍ୟ ଜବତ କରିଛି ଏହା ସହ 80 ରୁ ଉର୍ଧ୍ବ ବ୍ୟକ୍ତି ଚାକିରୀ ଆଶାରେ ଆବେଦନ କରିଥିବା ଫର୍ମ ମଧ୍ୟ ଜବତ କରିଛି। ଏହି ଠକ ଦଳ ବେଦାନ୍ତ କାରଖାନା ନିକଟରେ ଏକ ଭଡ଼ା ଘରେ ରହି ନିଜର କାମ କରୁଥିଲେ। ଚାକିରୀ କରିବାକୁ ଚାହୁଁଥିବା ବ୍ୟକ୍ତି ଙ୍କୁ ଏମାନେ ଟାର୍ଗେଟ କରି ତାଙ୍କର ଜାଲ ରେ ଫସେଇ ହଜାର ହଜାର ଟଙ୍କା ନେଇଯାଉଥିଲେ। ତେବେ ଗତକାଲି କିଛି ବ୍ୟକ୍ତି ଚାକିରୀ ଆଶାରେ ବେଦାନ୍ତ ର ଗେଟ ସମ୍ମୁଖରେ ଏହି ଠକ ସଂସ୍ଥା ଙ୍କୁ ଟଙ୍କା ଦେଉଥିଲେ। ତେବେ ବଡ଼ମାଲ ପୋଲିସ କୌଣସି ସୂତ୍ର ରୁ ସୂଚନା ପାଇ ଚଢ଼ାଉ କରିଥିଲା। ତେବେ ପ୍ରକୃତ ତଥ୍ୟ ଜାଣିବା ପରେ ଏମାନଙ୍କର ବାସଭବନରେ ଚଢ଼ାଉ କରି 54 ହଜାର ନଗଦ ଟଙ୍କା, ଗୋଟିଏ କାର ଏବଂ 80 ଜଣ ଚାକିରୀ ରେ ଆବେଦନକାରୀ ଙ୍କର ଫର୍ମ ଜବତ କରିଛି ପୋଲିସ। ଏମାନଙ୍କ ମଧ୍ୟରୁ ଜଣେ ବ୍ରଜରାଜନଗର ଅଞ୍ଚଳର ହୋଇଥିବା ବେଳେ ଦୁଇଜଣ କଳାହାଣ୍ଡି ର ବୋଲି ଜଣା ପଡ଼ିଛି। ତେବେ ଆଉ କେତେଜଣ ଙ୍କୁ ବୋକା ବନେଇ ଏମାନେ ଟଙ୍କା ଲୁଟ କରିଛନ୍ତି ଏବଂ ଏମାଙ୍କର ଦଳ ରେ ଆଉ କେତେଜଣ ସଦସ୍ୟ ଅଛନ୍ତି ସେମାନଙ୍କୁ ଖୋଜୁଛି ଝାରସୁଗୁଡ଼ା ପୋଲିସ।

Latest News