Breaking News

ଅଜଣା ଗାଡି ଧକ୍କାରେ ଟ୍ରକ ଡ୍ରାଇଭର ମୃତ

Date:21-08-2019




ଓଜସ୍ଵୀ ଅନୁଗୁଳ: ତାଳଚେର କଲେଜ ସମ୍ମୁଖ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଖମାର ଥାନା ଅନ୍ତର୍ଗତ ବଇତସରେଇ ଗ୍ରାମର ନବ କିସାନ(୩୫) । ଗତକାଲି ରାତିରେ ନବ ନିଜ ଟ୍ରକକୁ ଲିଙ୍ଗରାଜ ଖଣି ନିକଟରେ ରଖି ନିକଟସ୍ଥ ଏକ ଢାବାକୁ ରାତ୍ରିଭୋଜନ କରିବାକୁ ଆସିଥିଲେ । ତେବେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ସୂଚନାପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଂଚି ନବ ଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ନେଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତକ ନବ ଖମାର ଅଂଚଳର ସୁଜାତା ପ୍ରଧାନ ନାମକ ମହିଳାଙ୍କର ଟ୍ରକରେ ଡ୍ରାଇଭର କାର୍ଯ୍ୟ କରୁଥିଲେ ।

Latest News