Breaking News

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

Date:21-08-2019



ଓଜସ୍ୱି ନ୍ୟୁଜ୍:- ଝାରସୁଗୁଡ଼ା ଅଭରବ୍ରିଜରେ ଏକ ବାଇକ ଆରୋହୀ ବିଦ୍ୟୁତ ଖୁଣ୍ଟକୁ ଦୃତଗତିରେ ଆସି ଧକ୍କାଦେଇ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ବେହେରାମାଲ ଠାରେ ଏକ ଚାଉମିଙ୍ଗ ଦୋକାନରେ କାର୍ଯ୍ୟରତ ଅନୁଗୁଲର କାର୍ତ୍ତିକ ନାଏକ (୨୫) ଦୋକାନ ବନ୍ଦକରି ଜଣେ ସାଙ୍ଗର ବାଇକ ନେଇ ଟାଉନ ପଟକୁ ଯାଉଥିଲା । ବାଇକଟି ଦୃତଗତିରେ ଯାଇ ଅଭରବ୍ରିଜରେ ଥିବା ଏକ ବିଦ୍ୟୁତ ଖୁଣ୍ଟିରେ ଧକ୍କାଦେବାରୁ କାର୍ତ୍ତି କ ଗୁରୁତ୍ତର ଭାବରେ ଆହତ ହୋଇଥିଲା । କାର୍ତ୍ତିକକୁ ପୋଲିସ ସହାୟତାରେ ଜିଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ କାର୍ତ୍ତିକର ମୃତ୍ୟୁ ହୋଇଥିଲା । ପୋଲିସ ଏନେଇ ଏକ ମାମଲା ରୁଜକରି ଶବକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
 

Latest News