Breaking News

ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

Date:21-08-2019




ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ,ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ
ଓଜସ୍ଵୀ ନବରଙ୍ଗପୁର: ପୁଣି ଭିଜିଲାନ୍ସ ପଞ୍ଝାରେ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ଘରେ କୋରାପୁଟ, ନବରଙ୍ଗପୁର ଓ ଜୟପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରିଛି ।  ବାସଭବନ ସମେତ ତାଙ୍କର କିଛି ସମ୍ପତି ଥିବା ସ୍ଥାନରେ ଭିଜିଲାନ୍ସ ଏକା ସମୟରେ ଚଢାଉ କରିଛି । ପୂର୍ବରୁ ଟିକମ ସିଂ ନାୟକ ଚନ୍ଦାହାଣ୍ଡି ଲାମ୍ପସର ଅଧ୍ୟକ୍ଷ ଥିଲେ । ସେ ଲ୍ୟାମ୍ପସରେ ଥିବା ସମୟରୁ ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ଥିଲା । ଆଜି ତାଙ୍କ ଘରେ ଭିଜିଲାନ୍ସର ଟିମ ଚଢାଉ କରି ଘରୁ ଅନେକ କାଗଜପତ୍ର ଦସ୍ତାବିଜ ଓ ସୁନାଗହଣା ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଯାଂଚ ଜାରି ରହିଛି ବୋଲି ସୂଚନା ମିଳିଛି ।

  

Latest News