Breaking News

ଅନ୍ତିମ ବର୍ଷ ପରୀକ୍ଷା ବାତିଲ ପାଇଁ ଛାତ୍ର କଂଗ୍ରେସର ଦାବି

Date:21-07-2020



 କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତିମ ବର୍ଷ ପରୀକ୍ଷା ବାତିଲ କରିବା ପାଇଁ ଝାରସୁଗୁଡା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।  ଏନେଇ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କରୋନା କଟକଣା ଯୋଗୁଁ ଚଳିତବର୍ଷ ସରକାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିଛନ୍ତି । ଏହାସହ ସମସ୍ତ ପରକ୍ଷାକୁ ବାତିଲ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ୟୁଜିସି ସମସ୍ତ ଫାଇନାଲ ଇୟର(ଶେଷ ବର୍ଷ) ପରୀକ୍ଷା ବାତିଲ କରିଥିଲେ । ହେଲେ ଏବେ ହଠାତ ଗାଇଡ ଲାଇନ ପରିବର୍ତ୍ତନ କରି ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା କରିବାର ନିଷ୍ପତ୍ତି ନେଇଛନ୍ତି । ତେବେ ପୂର୍ବରୁ ପରୀକ୍ଷା ବାତିଲ କରାଯିବା ନେଇ ଘୋଷଣା କରିବା ପରେ ଏବେ ହଠାତ ପରୀକ୍ଷା କରିବାର ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଦ୍ୱିଧାରେ ପକାଇଛି । ବିନା ପାଠ ପଢାରେ ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହେବା ଛାତ୍ରଛାତ୍ରୀମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ ଏବଂ ଏହାର କୁପ୍ରଭାବ ସେମାନଙ୍କର ଆଗାମୀ କାର୍ଯ୍ୟନିର୍ବାହର ପନ୍ଥା ବା ବୃତ୍ଥି ଉପରେ ପଡିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ୟୁଜିସି ନୂତନ ଜାରି କରିଥିବା ଏହି ଗାଇଡ ଲାଇନକୁ ପରିବର୍ତ୍ତନ କରି ଶେଷ ବର୍ଷ ପରୀକ୍ଷାକୁ ବାତିଲ କରୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ କହିଛନ୍ତି ଯେ, ସରକାର ୧୪ ଦିନ ମଧ୍ୟରେ ପରୀକ୍ଷା ବାତିଲର ନିଷ୍ପତ୍ତି ନ ନେଲେ ସମଗ୍ର ପଶ୍ଚିମ ଓଡିଶାରେ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଓ ଅନଶନ କରାଯିବ ।

Latest News