Breaking News

୬୦ ଲିଟର ଡିଜେଲ ଜବତ, ୨ ଚୋର ଗିରଫ

Date:15-07-2020



ଓଜସ୍ୱି ନ୍ୟୁଜ :- ଝାରସୁଗୁଡା ଜିଲ୍ଲା ଏଲ୍‌ଏନ୍ ମେଟାଲିକ୍ ସମ୍ମୁଖରେ ଛିଡା ହୋଇଥିବା ଏକ ହାଇୱା ଗାଡିରୁ ଡିଜେଲ ଚୋରି କରୁଥିବା ୨ ଜଣ ଅଭିଯୁକ୍ତକୁ ବଡମାଲ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ତୁମ୍ବେକେଲାର ଅବଦୁଲ ନବାବ ଓରଫ ଘୁନୁ ଓ ଢେଙ୍କାନାଲର ସନାତନ ମହନ୍ତ ବୋଲି ବଡମାଲଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୨ଟାରେ ଅଭିଯୁକ୍ତ ଦ୍ୱୟ ଏଲଏନ ମେଟାଲିକ୍ ସମ୍ମୁଖରେ ଛିଡା ହୋଇଥିବା ଏକ ଭାରିଯାନ (ଓଡି୨୩ଏଚ୨୭୭୪)ରୁ ଡିଜେଲ ଚୋରି କରୁଥିଲେ । ଏହି ସମୟରେ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ପୁଲିକୁ ଖବର ଦେଇଥିଲେ । ବଡମାଲ ପୁଲିସର ପେଟ୍ରୋଲିଂ ଦଳ ଘଟଣାସ୍ଥଳକୁ ପହଂଚି ଚୋରମାନେ ଗାଡିରୁ କାଢିଥିବା ୬୦ ଲିଟର ଡିଜେଲ ଜବତ କରିବାସହ ଉଭୟଙ୍କୁ ଗିରଫ କରି ଧାରା ୩୭୯/୩୪ରେ କେଶ ନମ୍ବର ୧୪୦ ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । 

Latest News