Breaking News

୪ଘର ଭାଙ୍ଗିଲେ ଜଙ୍ଗଲୀ ହାତୀ

Date:15-07-2020



ଓଜସ୍ୱି ନ୍ୟୁଜ :- ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ସିଆଲରମା ଗ୍ରାମରେ ହାତୀମାନଙ୍କ ଉପଦ୍ରବ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଗ୍ରାମକୁ ଗତକାଲି ରାତିରେ ଦୁଇଟି ହାତୀ ପଶି ୪ଟି ଘର ଭାଙ୍ଗିଦେିଛନ୍ତି । ଏହାସହ ଘରେ ଗଚ୍ଛିତ ଥିବା ସମସ୍ତ ଧାନ ଚାଉଲ ଆଦି ଖାଇଯାଇଛନ୍ତି । ବର୍ଷାଦିନରେ ଜଙ୍ଗଲି ହାତୀଙ୍କ ଏହି ଉପଦ୍ରବ ଯୋଗୁଁ ଲୋକଙ୍କୁ ଭୋକିଲା ଏବଂ ଭଙ୍ଗାଘରେ ରହିବାକୁ ପଡୁଛି । ତେଣୁ ହାତୀ ଉପଦ୍ରବରେ କ୍ଷତି ସହିଥିବା ଗ୍ରାମବାସୀଙ୍କୁ ଶୀଘ୍ର କ୍ଷତିପୂରଣ ଓ ଏହି ହାତୀପଳ ସ୍ଥାନୀୟ ଜଙ୍ଗଲଛାଡି ଅନ୍ୟତ୍ର ଯିବା ପର୍ଯ୍ୟନ୍ତ କର୍ମିରା ବ୍ଲକରେ ବନବିଭାଗ ପକ୍ଷରୁ ପେଟ୍ରେଲିଂ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । 
      ପ୍ରକାଶ ଯୋଗ୍ୟ ଯେ, ଗତକାଲି ରାତିରେ ସିଆଲରମା ଗ୍ରାମକୁ ୨ଟି ଜଙ୍ଗଲୀ ହାତି ପଶିଥିଲେ । ଏନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବରଦେଲା ପରେ ବନବିଭାଗ କର୍ମଚାରୀ ଆସି ହାତୀଗୁଡିକୁ ଜଙ୍ଗଲ ଭିତରକୁ ଘଉଡାଇଥିଲେ । ତେବେ ବିଳମ୍ବିତ ରାତିରେ ପୁଣି ୨ଟି ହାତୀ ଗ୍ରାମ ଭିତରକୁ ପଶି ଆସି ଉପଦ୍ରବ କରି ନୀରିହ ଗରିବ ଲୋକଙ୍କ ଘର ଭାଙ୍ଗିଥିବା ଗ୍ରାମବାସୀମାନେ କହିିଛନ୍ତି ।  

Latest News