Breaking News

କୋଭିଡ଼-୧୯ ରୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ବେଦାନ୍ତ ଝାରସୁଗୁଡ଼ାର ଘନିଷ୍ଠ ପଦକ୍ଷେପ

Date:09-07-2020



ଝାରସୁଗୁଡା, ଓଡିଶା; ୭ ଜୁଲାଇ ୨୦୨୦: ଓଡ଼ିଶାରେ ବଢୁଥିବା କୋଭିଡ଼-୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଵିଶେଷ ଦେଶର ସର୍ବବୃହତ୍ତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଏହାର କର୍ମଚାରୀ, ପରିବାର ଏବଂ ବ୍ୟବସାୟୀ ସହଭାଗୀମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଝାରସୁଗୁଡ଼ା ସ୍ଥିତ ଏହାର ଆଲୁମିନିୟମ ସ୍ମେଲ୍ଟରରେ ପ୍ରତିଷେଧକ ବ୍ୟବସ୍ଥା ତଥା ପରିଚାଳନା ତଦାରଖକୁ ତୀବ୍ର କରିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କରୋନା ଉପଯୋଗୀ ନିୟମାବଳୀ ପ୍ରସଙ୍ଗକୁ କଡାକଡି ପାଳନ କରି କମ୍ପାନୀ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଟ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି। 
ଏହି ପରିପ୍ରେକ୍ଷୀରେ, ଆମର କର୍ମଚାରୀ, ପରିବାର, ବ୍ୟବସାୟ ସହଭାଗୀ ଏବଂ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଆମ ପାଇଁ ଅମୁଲ୍ୟ ସମ୍ପଦ ବୋଲି ବେଦାନ୍ତ, ଝାରସୁଗୁଡ଼ାର ସିଇଓ ସିଏନ୍ ସିଂ ମତବ୍ୟକ୍ତ କରିଛନ୍ତି। ଆମେ ସମସ୍ତ ନିର୍ଦେଶବଳୀ ଏବଂ ପ୍ରୋଟୋକାଲଗୁଡିକୁ କଡାକଡି ପାଳନ କରୁଛୁ ଏବଂ ମହାମାରୀ ରୁ ଆମର ଅଭିଜ୍ଞତା ଓ ଶିକ୍ଷାକୁ ବ୍ୟବହାର କରି, ଆମର ଲୋକମାନଙ୍କୁ ଆମର ଦକ୍ଷତାର ସହ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରିବୁ ବୋଲି ସିଂ କହିଛନ୍ତି।
ବେଦାନ୍ତ ଟାଉନ୍ସିପ୍ ଆପୋଲୋ କ୍ଲିନିକ୍ ର ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ସୁଦାମୟ ନାୟକ କହିଛନ୍ତି, "ଏଠାରେ ସମସ୍ତଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ଆମେ ବେଦାନ୍ତର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଚୁ। ବେଦାନ୍ତ ଏହାର କର୍ମଚରୀ, ପରିବାରର ସଦସ୍ୟଙ୍କ ସୁରକ୍ଷିତ ରଖିବା ପାଇଁ ଦୃଢ଼ ପଦକ୍ଷେପମାନ ଗ୍ରହଣ କରିଛି ଏବଂ ସାମୁହିକ ଭାବେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବାପାଇଁ ଆମେ ଅନବରତ ଚେଷ୍ଟା କରୁଚୁ।"
ବ୍ୟବସାୟର ନିରନ୍ତରତାକୁ ସୁନିଶ୍ଚିତ କରିବା, ପ୍ଲାଣ୍ଟ ଏବଂ ଟାଉନ୍ସିପ୍ ପରିସ୍ଥିତି ଉପରେ ନଜର ରଖିବା ଏବଂ ଉପଯୁକ୍ତ ନିଷ୍ପତି ନେବା ପାଇଁ କୋଭିଡ଼-୧୯ ରାପିଡ଼ ରେସ୍ପନ୍ସ ଦଳ ଗଠନ କରାଯାଇଛି।
ଜରୁରୀକାଳୀନ ପରିସ୍ଥିତି ପାଇଁ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଏବଂ ଜରୁରୀକାଳୀନ ହେଲ୍ପଲାଇନ ନମ୍ବରର ବ୍ୟବସ୍ଥା କରାଯାଇଛି। 
କର୍ମଚାରୀ, ପରିବାର ଏବଂ ବ୍ୟବସାୟ ସହଭାଗୀମାନଙ୍କ କୋଭିଡ଼ ପରୀକ୍ଷା ପାଇଁ କମ୍ପାନୀ କିଟ, ଭୁବନେଶ୍ୱର ସହିତ ଚୁକ୍ତିନାମା କରିଛି।
ସର୍ବନିମ୍ନ ମାନବ ହସ୍ତକ୍ଷେପ ସହିତ ଉତ୍ପାଦକତା ବୃଦ୍ଧି ପାଇଁ ଉନ୍ନତ ଜ୍ଞ୍ୟାନ କୌଶଳ, ଇନହାଉସ ପ୍ରୟୋଗ ଏବଂ ଡିଜିଟାଲ ସମାଧାନର ବ୍ୟବହାରରେ ବୃଦ୍ଧି ହୋଇଛି।
ପ୍ଲାଣ୍ଟ/ତାଉନ୍ସିପ୍ ଠାରୁ ଆଉଟ ଷ୍ଟେସନ ଗନ୍ତବ୍ୟସ୍ଥଳକୁ ସମସ୍ତ ଯାତ୍ରାକୁ ( ବ୍ୟବସାୟ ବା ବ୍ୟକ୍ତିଗତ) ବର୍ତମାନ ସୀମିତ ରଖାଯାଇଛି। ଅନ୍ତ-ଜିଲ୍ଲା ଏବଂ ଅନ୍ତ-ରାଜ୍ୟ ମଧ୍ୟରେ ଯାତ୍ରା କରିଥିବା ସମସ୍ତ କର୍ମଚାରୀ ସରକାରଙ୍କ ନିର୍ଦେଶନୁକ୍ରମେ ଡାକ୍ତରୀ ଯାଞ୍ଚ ଏବଂ ସଙ୍ଗରୋଧ ହୋଇଛନ୍ତି। ଜିଲ୍ଲା ପ୍ରଶାସନଙ୍କୁ ପରାମର୍ଶ କରି ପ୍ଲାଣ୍ଟ ମଧ୍ୟରେ ଏକ ସ୍ୱଚ୍ଛ ଏବଂ ସୁରକ୍ଷିତ ସଂଗରୋଧ କେନ୍ଦ୍ର ଗଢାଯାଇଛି।
ଆରୋଗ୍ୟ ସେତୁର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।
ସିସିଟିଭି ମାଧ୍ୟମରେ ୨୪X୭ ତଦାରଖ କରାଯାଉଛି। 
ମାର୍ଚ୍ଚ ମାସ ଆରମ୍ଭରୁ ବାୟୋମେଟ୍ରିକ ପଞ୍ଜିକରଣ ପ୍ରକିୟାକୁ ବନ୍ଦ କରାଯାଇ RFID ଜ୍ଞ୍ୟାନକୌଶଳର ବ୍ୟବହାର କରାଯାଉଛି।
ସମସ୍ତ ପ୍ରବେଶ/ପ୍ରସ୍ଥାନ ସ୍ଥାନରେ ମୋସନ-ସେନ୍ସର ଆଧାରିତ ହ୍ୟାଣ୍ଡ ସାନିଟାଇଜର ମେସିନ ଲଗାଯାଇଛି।
କର୍ମଚାରୀ ଏବଂ ପରିବାରଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ଚିକିତ୍ସା ପରାମର୍ଶ ପାଇଁ ଟେଲିମେଡିସିନ୍ ସୁବିଧା ବ୍ୟବସ୍ଥା କରାଯାଇଛି। ନିୟମିତ ବ୍ୟବଧାନରେ ସମସ୍ତଙ୍କର ତାପଜ ସ୍କ୍ରୀନିଂ ଜାରିରହିଛି।
ସାନିଟାଇଜରର ବ୍ୟବହାର ଏବଂ କାର୍ଯ୍ୟସ୍ଥଳୀ, କମ୍ପାନୀ ଉପକରଣ ଏବଂ ସାଧାରଣ କ୍ଷେତ୍ରକୁ ବିଶୋଧନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି। ସଠିକ ସ୍ୱଚ୍ଛତା ବଜାୟ ରଖିବା ପାଇଁ କ୍ୟାଣ୍ଟିନ, ରୋଷେଇ ଘର, ଶୌଚାଳୟଗୁଡିକର ଅଚାନକ ଅଡିଟ କରାଯାଉଛି।
ଟାଉନ୍ସିପରେ ସର୍ବସାଧାରଣ ସୁବିଧା ଯେପରିକି ମନ୍ଦିର, ପାର୍କ, ଜିମ୍, କ୍ଲବ ଇତ୍ୟାଦି ସୁବିଧା ବନ୍ଦ ରଖାଯାଇଛି।

ଏଥିସହିତ, ବେଦାନ୍ତ କୋଭିଡ଼-୧୯ ବିରୋଧରେ ତୃଣମୂଳ ସ୍ତରରେ ପ୍ରସ୍ତୁତିକୁ ବଜାୟ ରଖିବାରେ ସାହାଯ୍ୟ କରିବା ପାଇଁ ସମ୍ପ୍ରଦାୟ ଏବଂ ଝାରସୁଗୁଡା ବାସିନ୍ଦାଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। କୋଟି କୋଟି ମୂଲ୍ୟର ଉପକରଣ, ଭିତ୍ତିଭୂମି, ଔଷଧ, ଉପଯୋଗୀ ସାମଗ୍ରୀ ଏବଂ ପିପିଇ ସହିତ କମ୍ପାନୀ ଜିଲ୍ଲାର କୋଭିଡ଼ ଚିକିତ୍ସାଳୟକୁ ସମର୍ଥନ କରିଛି। ସାଧାରଣ ଜନତା, ଆଗଧାଡ଼ିର କର୍ମଚାରୀ ଏବଂ ଜିଲ୍ଲାବାସୀଙ୍କୁ ପ୍ରାୟ ୨ଲକ୍ଷ ମାସ୍କ ବଣ୍ଟନ କରାଯାଇଛି। ମହାମାରୀର ତଲବନ୍ଦ ସମୟରେ ୩୧୦୦ ରୁ ଉର୍ଦ୍ଧ୍ବ ପରିବାରଙ୍କୁ ୧ ମାସର ସଉଦା, ଚାଉଳ, ଡାଲି ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସାଧାରଣ କ୍ଷେତ୍ର, ଥାନା, ସରକାରୀ କାର୍ଯ୍ୟାଳୟ ଏବଂ କ୍ୱାରେଣ୍ଟିଂନ ସେଣ୍ଟର ଗୁଡିକୁ ବାରମ୍ବାର ବିଶୋଧନ କରାଯାଇଛି।

Latest News