Breaking News

ବାଇକକୁ ଧକ୍କା ଦେଲା ଟାଟା ମ୍ୟାଜିକ ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

Date:09-07-2020




ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପତ୍ରାପାଲି ଛକରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ହୋଇଛି । ଏଥିରେ ବାପା ଦିନବନ୍ଧୁ (୫୭) ପ୍ରାଣ ହରାଇଥିବା ବେଳେ ପୁଅ ତେଜରାମ (୩୨) ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁଯାୟୀ, ଆଜି ସଂଧ୍ୟରେ ବାପ ପୁଅ ବାଇକ (ଓଡି୨୩ସି୯୫୮୨)ରେ ନିଜ ଗ୍ରାମ ସିଂହାରପୁରରୁ ପତ୍ରାପାଲି ଗ୍ରାମକୁ ଆସୁଥିଲେ । ତେବେ ପଛପଟୁ ଆସୁଥିବା ଏକ ଟାଟା ମ୍ୟାଜିକ(ସିଜି୧୩ଏକେ୪୩୬୦) ପତ୍ରାପାଲି ଛକରେ ସେମାନଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଥିଲା । ଏ ବିଷୟରେ ଖବର ପାଇ ଘଟଣାସ୍ଥଳକୁ ଲଖନପୁର ପୁଲିସ ପହଂଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ଗୁରୁତରଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲା । ସେଠାରେ ଡାକ୍ତର ଦିନବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ । ଫେରାର ମ୍ୟାଜିକୁ ସମରବଗା ଛକରେ ସ୍ଥାନୀୟ ଯୁବକମାନେ ଅଟକ ରଖି ଡ୍ରାଇଭର ମହାବୀରଦାସ ମହନ୍ତ(୩୫) ଓ ହେଲପରକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଲଖନପୁର ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Latest News