Breaking News

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

Date:29-06-2020



ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା କରାଯାଇଛି । ଏହାସହ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଗତ କିଛିଦିନ ମଧ୍ୟରେ ହୁ ହୁ ହୋଇ ବଢୁଥିବା ପେଟ୍ରୋଲ, ଡିଜେଲ ଦର ଆଗକୁ ୧୦୦ଟଙ୍କାରୁ ଅଧିକା ହେବାର ଆଶଙ୍କା ଦେଖା ଦେଇଛି । ଫଳରେ ଦେଶର ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିବହନ ଖର୍ଚ୍ଚ, ଚାଷ କାର୍ଯ୍ୟର ଖର୍ଚ୍ଚ ବଢିବାସହ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ହେଉଛି । ହେଲେ କେନ୍ଦ୍ର ସରକାର ଏହି ଦରଦାମ ବୃଦ୍ଧିକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 

Latest News