Breaking News

କରୋନା ଦୁର୍ନିତୀର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର

Date:11-06-2020



କରୋନା ମୁକାବିଲା ପାଇଁ ମାସ୍କ, ସାନିଟାଇଜର, ଟେଷ୍ଟିଙ୍ଗ କିଟ, ପିପିଇ ଆଦି କିଣିବାବେଳେ ରାଜ୍ୟ ସରକାରଙ୍କ େଓøଷଧ ନିଗମ ମହାଦୂର୍ନୀତି କରିଥିବା ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଦୁର୍ନିତୀର ତଦନ୍ତ ପାଇଁ ଆଜି ଜିଲ୍ଲା କଂଗ୍ରେସର ସଦସ୍ୟମାନେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହାସହ ସେମାନେ ଏହି ଦୂର୍ନିତୀର ମୁଖ୍ୟ ନାୟକ ନବ ଦାସ ବୋଲି କହି ତାଙ୍କର ଇସ୍ତାଫା ଦାବି କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି  କେନ୍ଦ୍ର ସରକାର ମାର୍ଚ୍ଚ ୨୧ ଓ ୨୨ ତାରିଖ ଦୁଇଟି ନିର୍ଦ୍ଦେଶନାମା ଜାରି କରି ମାସ୍କର ପାଇକାରୀ ସର୍ବୋଚ୍ଚ ମୂଲ୍ୟ ୧୦ ଟଙ୍କା ଏବଂ ୧୬ ଟଙ୍କା ରଖିଥିଲେ । । ହେଲେ ଓଡିଶା ଔଷଧ ନିଗମ ତାମିଲନାଡୁର ଏକ କମ୍ପାନୀ (ବିଷ୍ଣୁ ଡିସପୋଜେବଲ ପ୍ରାଃ. ଲିଃ.) ଠାରୁ ୧୬ ଟଙ୍କାରେ ୩୦ ଲକ୍ଷ ମାସ୍କ କିଣିଛନ୍ତି । କେନ୍ଦ୍ର ସରକାର କରୋନା ମହାମାରୀକୁ ରୋକିବା ପାଇଁ ବ୍ୟବହୃତ ଜିନିଷପତ୍ର ଏବଂ ସଂରଞ୍ଜାମ ସବୁ କିଣିବା ପାଇଁ  ସରକାରୀ ଇ-ମାର୍କେଟିଙ୍ଗ ପୋର୍ଟାଲର ସହାୟତା ନେବା ପାଇଁ ନିର୍ଦେଶ ଦେଇ ଥିଲେ । ଓଡିଶା ସରକାରଙ୍କର ଔଷଧ ନିଗମ ଏହି ପୋର୍ଟାଲ ରେ ମାର୍ଚ୍ଚ ୩ ତାରିଖରେ ୩୦ ଲକ୍ଷ ମାସ୍କ କିଣିବା ପାଇଁ ଅର୍ଡର କରି ହଠାତ୍ ମାର୍ଚ୍ଚ ୧୮ ତାରିଖରେ ସେଥିରୁ ଓହରିଗଲେ । ଏବଂ ସେହି ୩୦ ଲକ୍ଷ ମାସ୍କ କିଣିବା ପାଇଁ ବିଷ୍ଣୁ ଡିସପୋଜେବଲ ପ୍ରାଃ. ଲିଃ. କୁ ୧୬ ଟଙ୍କାରେ ଅର୍ଡର ଦେଲେ । ହେଲେ ଏହିି ପୋର୍ଟାଲ ମାଧ୍ୟମରେ ଏହି ସମାନ ଧାରଣର ୩ ଲେୟାର ମାସ୍କକୁ ଦିଲ୍ଲୀ,ପଣ୍ଡିଚେରି, ଆଣ୍ଡାମାନ ନିକୋବର, ଗୁଜରାଟ, ତେଲେଙ୍ଗାନା ପ୍ରଭୃତି ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳଗୁଡିକ ଯଥାକ୍ରମେ ଟ. ୮.୪୭, ଟ. ୭.୮୮, ଟ. ୭.୫୦, ଟ. ୨.୪୦ ଓ ଟ. ୧.୪୩ ପଇସାରେ କିଣିଛନ୍ତି । ଅନ୍ୟପଟେ ରଜ୍ୟ ସରକାର ୧୬ ଟଙ୍କାରେ ଏହି ମାସ୍କ କିଣିବା ଦୁଇ ଦିନପୂର୍ବରୁ ଔଷଧ ନିଗମ ଆଉ ଏକ କମ୍ପାନୀ ଠାରୁ ଟ. ୯.୯୦ ପଇସାରେ କିଣିଥିଲେ । ତେଣୁ ରାଜ୍ୟ ସରକାର କାହିଁକି ଏବଂ କେଉଁ ପରିପେକ୍ଷିରେ ୧୬ ଟଙ୍କାରେ ମାସ୍କ କିଣିଛନ୍ତି ତାହାର ତଦନ୍ତ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି । ସେହିପରି  ଟେଷ୍ଟିଙ୍ଗ କୀଟ କିଣିବା କ୍ଷେତ୍ରରେ ମଧ୍ୟ ଅନେକ ଅନିୟମିତତା ଦେଖିବାକୁ ମଳିଛି ।  ଏହା ବିଭିନ୍ନ କମ୍ପାନୀଠାରୁ ବିଭିନ୍ନ ସମୟରେ କିଣାଯାଇଛି । ଗୋଟିଏ କମ୍ପାନୀ ଠାରୁ ତା ୨୧.୪.୨୦୨୦ରେ  ଟ. ୧୩୨୧ ରେ କିଣାଯାଇଥିବା ବେଳେ ଅନ୍ୟ ଏକ କମ୍ପାନୀ ପାଖରୁ ତା ୭.୫.୨୦୨୦ ରେ ଟ.୧୧୨୫ ଏବଂ ଆଉ ଏକ କମ୍ପାନୀ ପାଖରୁ ତା ୧୧.୫.୨୦୨୦ରେ ୯୮୦ ଟଙ୍କାରେ ଏହି ଟେଷ୍ଟିଙ୍ଗ କୀଟକିଣା ହେଇଛି । ସମାନ ଟେଷ୍ଟିଙ୍ଗ କୀଟ ବିଭିନ୍ନ କମ୍ପାନୀ ପାଖରୁ ଭିନ୍ନ ଭିନ୍ନ ଦରରେ କାହିଁକି କିଣା ହେଲା, ଏହାର ତଦନ୍ତ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି । ସେହିପରି  ରିୟଲ ଟାଇମ ପିସିଆର ମେସିନ ସ୍କ୍ରିନିଙ୍ଗ କୀଟକୁ ପିପିଇ କିଟ ଦୁର୍ନିତୀ ହୋଇଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ ଜନ ସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

Latest News