Breaking News

ଶଙ୍କଟରେ ବସ ମାଲିକ, ଉଧେଇ ପାରିବେତ ?

Date:12-05-2020



ଝାରସୁଗୁଡା ଜିଲ୍ଲା ରେ ଦୁଇଜଣ କୋଭିଡ  ପୋଜିଟିଭ ରୋଗୀ ଚିହ୍ନଟ ପରେ ଝାରସୁଗୁଡା ବାସୀ ଙ୍କର ମନରେ ଭୟ ର ବାତାବରଣ ଖେଳି ଯାଇଥିଲା। ତେବେ ଏବେ ଝାରସୁଗୁଡା ପାଇଁ ବଡ଼ ଆସ୍ୱସ୍ତିକର ଖବର କାରଣ ଦୁଇଜଣ ଯାକ ସଂକ୍ରମିତ ବ୍ୟକ୍ତି ଏବେ ସୁସ୍ଥ ହୋଇ ନିଜ ନିଜ ଘରେ ହୋମ କ୍ବାରେଣ୍ଟାଇନ ରେ ଅଛନ୍ତି। ତେବେ ଏବେ ଲକ ଡାଉନ ର ଅବଧି ଶେଷ ହେବା କୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଙ୍କର ନିର୍ଦେଶ କ୍ରମେ ଦୋକାନ ବଜାର ସାମାନ୍ୟ ଖୋଲୁଛି କିନ୍ତୁ ଏବେ ମଧ୍ୟ ଅପେକ୍ଷା ସାଧାରଣ ଲୋକଙ୍କୁ ବସ ଚଳାଚଳ କୁ। କାରଣ କୌଣସି କାମ ପାଇଁ ଅନ୍ୟତ୍ର ଫସି ରହିଥିବା ଲୋକ ଙ୍କୁ ବସ ହିଁ ଏକ ମାତ୍ର ମାଧ୍ୟମ ନିଜର ଘର କୁ ଯିବା ପାଇଁ। ତେବେ ଦୈନିକ ତିନି ଲକ୍ଷ ଟଙ୍କା ଯାଏଁ ଆର୍ଥିକ କ୍ଷତି ସହିବା ସଂଗେ ସଂଗେ ବସ ଉପରେ ପ୍ରତ୍ୟକ୍ଷ ନିର୍ଭରଶୀଳ ସାଢ଼େ ଛଅ ଶହ ବ୍ୟକ୍ତି ଙ୍କର ପରିବା ଚଲାଇବା ଏବେ କଷ୍ଟିକର ହୋଇ ପଡିଛି। ତେବେ ସରକାର ବସ ମାଲିକ ଙ୍କର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆର୍ଥିକ ସହାୟତା ସହିତ ଟିକସ ଛାଡ଼ କଲେ ବସ ମାଲିକ ମାନେ ଆର୍ଥିକ କ୍ଷତି ରୁ ବର୍ତୀ ପାରନ୍ତେ ବୋଲି ବସ ମାଲିକ ମାନେ କହିଛନ୍ତି। 

 

Latest News