Breaking News

କରୋନା ସଂକ୍ରମଣ ରୋକିବା ନିମନ୍ତେ ପ୍ରଶାସନ ତରଫରୁ ବୈଠକ

Date:10-05-2020



କରୋନା ସଂକ୍ରମଣ ରୋକିବା ନିମନ୍ତେ ପ୍ରଶାସନ ତରଫରୁ ହୋଇଥିବା କଂଟିନେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଯେପରି କୌଣସି ବ୍ୟାହତ ନ ଘଟେ ଏହାର ନିରୀକ୍ଷଣ ନିମନ୍ତେ ଉପ ଜିଲ୍ଲାପାଳ ଶିବ ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ବ୍ରଜରାଜନଗର ପୌରପରିଷଦ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ତହସିଲଦାର ଦିଲୀପ ପ୍ରଧାନ,ଗୋଲକ ବିହାରୀ ମଙ୍ଗରାଜପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଦିଲ୍ଲୀପ ପଟେଲ ଙ୍କ ସହ ଆରକ୍ଷୀ ଉପଖଣ୍ଡ ଅଧିକାରୀ  ଦିଲ୍ଲୀପ ଦାଶ୍ ଓ ACSO  ରାଜକିଶୋର.ଜେନା ଉପସ୍ଥିତ ଥିଲେ।ଦୁର୍ଭାଗ୍ୟ ବଶତଃ ହୋଇଥିବା କଂଟିନେଣ୍ଟ ଅଞ୍ଚଳ ପାଇଁ କ୍ଷୋଭ ପ୍ରକଟ କରି ଉପଜିଲ୍ଲାପାଳ ଅଞ୍ଚଳବାସୀ ସରକାର ଙ୍କ ନିୟମ ମାନିବା ସହ ପ୍ରଶାସନ କୁ ସାହାଯ୍ୟ କରୁଥିବାରୁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ରୋଗର ଚେନ କୁ ଏହି ଠାରେ ଭାଙ୍ଗି ଏକ ରୋଗୀ  ରୁ ଶୂନ୍ୟ କରିବା ନିମନ୍ତେ ଅନୁରୋଧ କରିଥିଲେ।ନିୟମନୁଯାୟୀ ବହୁତ ଶୀଘ୍ର ଅଳ୍ପ ଦିନ ମଧ୍ୟରେ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଏହା ସାଧାରଣ ଅଂଚଳ ଘୋଷିତ ହେବା ପର୍ଯ୍ୟନ୍ତ ସହଯୋଗ କାମନା କରିଛନ୍ତି।ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଉଚିତ ଦରରେ ସେହି ଦିନ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି।ମଧ୍ୟାହ୍ନ  ମଧ୍ୟରେ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ବା ପରିବାରର ଆବଶ୍ୟକତା କୁ ସେଇ ଦିନ ପହଞ୍ଚାଇବାକୁ ଆଦେଶ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଦେଇଥିବା ଆବଶ୍ୟକତା ସାମଗ୍ରୀ କୁ ଆସନ୍ତା ଦିନ ମଧ୍ୟରେ ପହଞ୍ଚାଇବାକୁ ନିର୍ଧେସ କରିଛନ୍ତି।ସମସ୍ତ ଅତ୍ୟାବଶ୍ୟକୀୟ ପଦାର୍ଥ ହିଁ ପହଞ୍ଚାଇବାକୁ ନିର୍ଧେସ ଦେବା ସହ ସମସ୍ତ ଜନ ସାଧାରଣ, ପ୍ରତିନିଧି, ସାମାଜିକ ସଂଗଠନ ଓ ଅନ୍ୟ ସମସ୍ତଙ୍କୁ ସହଯୋଗ କାମନା କରିଛନ୍ତି।ଏହା ବ୍ୟତୀତ ଗତ କାଲି ଜଣେ କୋରଣା ଯୋଦ୍ଧା ର ମୃତ୍ୟୁ ରେ ଶୋକ ପ୍ରକଟ କରି ତାର ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲୁ।

Latest News