Breaking News

ଶ୍ରମିକର ଅସ୍ୱାଭାବିକ ମୃତ୍ୟୁ

Date:28-04-2020



ଝାରସୁଗୁଡା ଜିଲ୍ଲା ହିର୍ମାସ୍ଥିତ ଏସଏମସି ପ୍ଲାଣ୍ଟର ଜଣେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ଝାରଖଣ୍ଡ ମୁପଶିଲ ଥାନା ଅଂଚଳ ଶିଦ୍ଧେଶ୍ୱର ବୈପାଇ ର ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ପ୍ଲାଣ୍ଟରୁ ନିଜ କ୍ୱାଟରକୁ ଫେରି ଗାଧେଇବାକୁ ଯାଉଥିବା ସମୟରେ ଅସୁସ୍ଥ ଅନୁଭୁତ କରି ପଡିଯାଇଥିଲେ । ତାଙ୍କୁ ପ୍ଲାଣ୍ଟର କର୍ମଚାରୀ ଓ ଶ୍ରମିକାନେ ମିଶି  ଜିଲ୍ଲ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବଡମାଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ଶବ ବାବଚ୍ଛେଦ କରାଇ ପ୍ଲାଣ୍ଟରେ କାମ କରୁଥିବା ତାଙ୍କର ସମ୍ପର୍କୀୟ ଭାଇମାନଙ୍କୁ ହସ୍ତାନ୍ତର କରିଛି ବୋଲି ବଡମାଲଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲା ପ୍ରଶାସନଠୁ ଅନୁମତି ନେଇ ତାଙ୍କର ଶବକୁ ତାଙ୍କ ଝାରଖଣ୍ଡସ୍ଥିତ ଘରକୁ ପଠାଯିବାର ବ୍ୟବସ୍ଥା ପ୍ଲାଣ୍ଟ କର୍ତ୍ତୁପକ୍ଷ କରୁଥିବା ଜଣା ପଡିଛି । 

Latest News