Breaking News

କିରିତମାଲ ଗ୍ରାମରୁ ବାର୍‌ହା ଉଦ୍ଧାର, ନୁଆଁଡିହିରୁ ହରିଣ ଉଦ୍ଧାର

Date:19-04-2020



ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କିତିରମାଲ ଗ୍ରାମର ଯୁବକମାନେ ଏକ ବାର୍‌ହାକୁ ରବିବାର ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି । ସୂଚନା ଅନୁଯାୟୀ, କିରିତମାଲ ଗ୍ରାମର ଦିନବନ୍ଧୁ ପ୍ରଧାନଙ୍କ ବିଲରେ ଥିବା ଏକ କୁଅରେ ଶନିବାର ରାତିରେ ଏକ ଜଙ୍ଗଲି ବର୍‌ହା ପଡିଯାଇଥିଲା । ଏବଂ ବାହାରକୁ ଆସି ନ ପାରି ରାତି ସାର କୁଅ ଭିତରେ ପଡି ରହିଥିଲା । ସକାଳୁ ଦିନବନ୍ଧୁ ନିଜ ବିଲକୁ ଯାଇଥିବା ସମୟରେ କୁଅରେ ବାର୍‌ହାପଡିଥିବା ଦେଖି ଗ୍ରାମବାସୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏହାପରେ ଗ୍ରାମର ଯୁବକମନେ ବାର୍‌ହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ସେହିପରି ଗାନ୍ଧିଛକ ନିକଟସ୍ଥ ନୂଆଁଡିହି ଗ୍ରାମରୁ ଶୁକ୍ରବାର ଏକ ହରିଣ ଉଦ୍ଧାର ହୋଇଥିଲା । ଶୁକ୍ରବାର ଗ୍ରାମ ନିକଟରେ ଏକ ହରିଣ ବୁଲୁଥିବା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଲା ପରେ ବନ ବିଭାଗ କର୍ମଚାରୀମାନେ ଆସି ହରିଣକୁ ବୁଡି ପଦର ଜଙ୍ଗଲରେ ଛାଡିଥିଲେ ।

Latest News