Breaking News

କୋଭିଡ଼୍-୧୯ ପାଇଁ ଶୁଭଲଷ୍ମୀ ପକ୍ଷରୁ ମାସ୍କ ପ୍ରସ୍ତୁତି ତଥା ବଣ୍ଟନ କାର୍ଯ୍ୟକ୍ରମ

Date:07-04-2020



ଝାରସୁଗୁଡା: କରୋନା ଭୁତାଣୁ ସଂକ୍ରମଣ ପାଇଁ ଦେଶ ବ୍ୟାପି ଅନେକ ସତର୍କତା ଅବଲମ୍ବନ କରାଯାଉଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଝାରସୁଗୁଡା ସ୍ଥିତ ବେଦାନ୍ତ ଲିଃ ଦ୍ୱାରା ନିଜର କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ କମ୍ପାନୀ ପ୍ରୋତ୍ସାହିତ ଶୁଭଲଷ୍ମୀ ସମବାୟ ସମିତି ତରଫରୁ ଦୁଇ ଓ ତିନି ସ୍ତର ବିଶିଷ୍ଟ ମାସ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୫୦୦୦ ଟି ମାସ୍କ ପସ୍ତୁତି ଯଥା ବଣ୍ଟନ କରିବାର ଲକ୍ଷ ରଖାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବଢ଼େଇମୁଣ୍ଡା, ପରମାଣୁପୁର ଓ ପୂର୍ଣା ଅଞ୍ଚଳରୁ ୩୧ ମର୍ଚ୍ଚ ଦିନ ଆରମ୍ଭ ହୋଇଛି। 
ପର୍ଯ୍ୟାୟକ୍ରମେ କମ୍ପାନୀର ଆଖପାଖ ପ୍ରାୟ ଅଧିକାଂଶ ଅଂଚଳରେ ଏହି ମାସ୍କ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ମାସ୍କ ବାଣ୍ଟିବା ସହ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ କର୍ମଚାରୀଙ୍କ ଦ୍ୱାରା କୋଭିଡ-୧୯ ବିଷୟରେ ଜନସାଧାରଣ ଙ୍କୁ ସଚେତନ ମଧ୍ୟ କରାଯାଉଛି। ଏହି କାର୍ଯ୍ୟକ୍ରମ ସମ୍ପାଦନ ସମୟରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ସତପ୍ରତିସତ ଭାବେ ପାଳନ କରାଯାଉଛି।
ବେଦାନ୍ତ ଲିଃ ଝାରସୁଗୁଡା କୋଭିଡ-୧୯ ବିରୁଧ୍ୟରେ ଚାଲିଥିବା ଏହି ଯୁଧ୍ୟରେ ଜିଲ୍ଲା ପ୍ରଶାସନ ସହ ହାତ ମିଳାଇ ବିଭିନ୍ନ ପ୍ରଦକ୍ଷେପ ଗ୍ରହଣ କରୁଛି ଏବଂ ଏହି କାର୍ଯ୍ୟକ୍ରମ ଏଥିମଧ୍ୟରୁ ଅନ୍ୟତମ ବୋଲି କମ୍ପାନୀର ସିଇଓ ଶ୍ରୀଯୁକ୍ତ ସିଏନ ସିଂ ମତବ୍ୟକ୍ତ କରିଥିଲେ। କମ୍ପାନୀର ଫ୍ଲାଗସିପ୍ ସିଏସ୍ଆର୍ ପ୍ରକଳ୍ପ ଶୁଭଲଷ୍ମୀ ସମବାୟ ସମିତି ଏହି ସଙ୍କଟାପନ୍ନ ପରିସ୍ଥିତିରେ ନିଜର ହାତ ବଢ଼େଇ ଗରିବ ଲୋକଙ୍କ ପାଖରେ ଏହି ମାସ୍କ ପହଞ୍ଚାଇବାରେ ଆମ ସହିତ ଜଡ଼ିତ ରହିବା ଆମପାଇଁ ଏକ ସନ୍ତୋଷର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି।
ଶୁଭଲଷ୍ମୀ ସମବାୟ ସମିତିର ସଦସ୍ୟାମାନେ ଏହି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ଅନବରତ ନିଜର ଯୋଗଦାନ ଦେଉଛନ୍ତି, ଏହି ୫୦୦୦ ମାସ୍କ ବେଦାନ୍ତର ମୋବାଇଲ ସ୍ୱାସ୍ଥ୍ୟ ସେବା ଦ୍ୱାରା ଦୁସ୍ତ ଓ ଅସହାୟଙ୍କ ପାଖରେ ମାଗଣାରେ ପହଞ୍ଚାଇବ ବୋଲି ଶୁଭଲଷ୍ମୀର ବରିଷ୍ଠ ସଦସ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ସେଠ ମତବ୍ୟକ୍ତ କରିଛନ୍ତି।

Latest News