Breaking News

ଝାରସୁଗୁଡ଼ା ରେ ଠିକାଦାରଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

Date:12-08-2019




ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ସହରସ୍ଥିତ ଏକତାଲିରେ ଏକ ଭଡା ଘରେ ରହୁଥିବା ଜୈନିକ ଠିକାଦାର ଫସିଦୁଲ ରହେମାନଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ପ୍ରଥମିକ ତଦନ୍ତରୁ ସ୍ପଷ୍ଟ କରିଛି।ଦୀର୍ଘଦିନ ଧରି ଠିକାଦାର ଜଣକ ଏକତାଲିରେ ଭଡା ଘରେ ରହି ଠିକାକାମ କରୁଥିଲା। ସେହି ଭଡା ଘରେ ମୃତ ଠିକାଦାର ସମେତ ମିସ୍ତ୍ରୀ ଓ ଶ୍ରମିକ ମାନେ ମିଶି ୭ଜଣ ରହୁଥିଲେ।ଦୁଇଦିନ ପୂର୍ବରୁ ୫ ଅନ୍ୟତ୍ର ଯାଇଥିଲେ ଓ ରହମାନଙ୍କ ସହିତ ଦୁଇ ଜଣ ରହୁଥିବା ସୂଚନା ମିଳିଛି। ରହେମାନଙ୍କ ସହ ରହୁଥିବା ଦୁଇ ଜଣଙ୍କ ସହ ପାଉନକୁ ନେଇ ବଚସା ହୋଇ ଦୁଇ ଜଣ ଶ୍ରମିକ ପଥରରେ ଛେଚି ରହେମାନକୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଆଜି ସକାଳୁ ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଝାରସୁଗୁଡା ପୋଲିସ ଓ ସିଂଟିଫିକ ଦଳ ଏହାର ତଦନ୍ତ ଚଳାଇଛି।

Latest News