Breaking News

ବ୍ରଜରାଜନଗର ଟ୍ରକ ମାଲିକ ସଂଘ ନିର୍ବାଚନ, ସଭାପତି ସତିଶ ସାଧାରଣ ସଂପାଦକ ମାନସ

Date:29-01-2020



ବ୍ରଜରାଜନଗର ଗତ ଅକ୍ଟୋବର ୩୧ ତାରିଖରେ ବ୍ରଜରାଜନଗର ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଙ୍କ କାର୍ଯ୍ୟ କାଳ ଶେଷ ହୋଇଥିବା ବେଳେ ଦୀର୍ଘ ୩ ମାସ ପରେ ଆଜି ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା ।ସଂଘର ୧୦ ଥର ସଭାପତି ନିର୍ବାଚିତ ହୋଇଥିବା ଅମିୟ ସାମଲ ଙ୍କୁ ପଛରେ ପକାଇ ୭୯ଭୋଟ ଅଧିକ ପାଇ ସତିଶ ସିଂହ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।ସଭାପତି ପଦପାଇଁ ୩ ଜଣ ପ୍ରାର୍ଥୀ ଙ୍କ ମଧ୍ୟରେ ସତିଶ ସିଂହ ୩୧୬ ଅମିୟ ସାମଲ ୨୩୭ଦେବ ଦାଶ ୯୦ଭୋଟ ପାଇଛନ୍ତି ।ସାଧାରଣ ସଂପାଦକ ଭାବରେ ମାନସ ସାହୁ ୫୯ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି ।ମନସ ସାହୁ ୩୧୨ରାଜେଶ କୁମାର ୨୪ ଶ୍ରୱଣ ରାୟ ୪୬ ବିଜୟ ସିଂହ୨୫୩ ଭୋଟ ପାଇଛନ୍ତି ।ଉପସଭାପତି ଭାବରେ ଅରୁଣ ଯାଦବ୨୯୯ ବିରେନ୍ଦ ପ୍ରସାଦ ୧୧ମୁକେଶ ସିଂହ୧୮୪ସଂଜୟ ରାୟ ୧୪୧ ଭୋଟ ପାଇଥିବାବେଳେ ଅରୁଣ ଯାଦବ ୧୧୫ ଭୋଟ ଅଧିକ ପାଇ ବିଜୟୀ ଅଛନ୍ତି ।ଯୁଗ୍ମ ସଂପାଦକ ଭାବରେ ଅଛେଲାଲ ସିଂହ ୨୪୬ କହ୍ନେୟା ଲାଲ ୨୪ ମଧୁସୂଦନ ସିଂହ ୩୩୭ରମେଶ ରାୟ ୩୧ଭୋଟ ପାଇଥିବାବେଳେ 91ଭୋଟ ଅଧିକ ପାଇ ମଧୁସୂଦନ ସିଂହ ଯୁଗ୍ମ ସଂପାଦକ ଭାବରେ ବିଜୟୀ ହୋଇଛନ୍ତି ।କୋଷାଧ୍ୟକ୍ଷ ଭାବରେ ଧନଞ୍ଜୟ ସିଂହ ଓ ରାଜୀବ ସିଂହ ଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ଧନଞ୍ଜୟ ସିଂହ ୩୫୩ ରାଜୀବ ସିଂହ ୨୭୧ଭୋଟ ପାଇଛନ୍ତି ଫଳରେ ୮୨ଭୋଟ ଅଧିକ ପାଇ ଧନଞ୍ଜୟ ସିଂହ କୋଷାଧ୍ୟକ୍ଷ ଭାବରେ ବିଜୟୀ ହୋଇଛନ୍ତି ସମୁଦାୟ ୮୩୭ଭୋଟରଙ୍କ ମଧ୍ୟରୁ ୬୫୩ ମାଲିକ ତାଙ୍କର ମତ ସାବ୍ୟସ୍ତ କରିଥିଲେ ।ସମୁଦାୟ ୯୦ ଭୋଟ ନାକଚ ହୋଇଥିଲା ।ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ସରକାରୀ ଓକିଲ ବିଶ୍ୱନାଥ ନାୟକ ରହିଥିଲେ ।ସୂଚାରୁ ଭାବରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଟ୍ରକ ମାଲିକ ମାନେ ନିର୍ବାଚନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ମହଲରେ ଜନସାଧାରଣ ସ୍ୱ।ଗତ ଜଣାଇଛନ୍ତି ।

Latest News