Breaking News

ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମେଗା ଆଇନ ସେବା ଶିବିର

Date:19-01-2020



ଝାରସୁଗୁଡ଼ା  ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମେଗା ଆଇନ ସେବା ଶିବିର ଝାରସୁଗୁଡ଼ାଠାରେ  ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷର ସଦସ୍ୟ ସଚିବ ଦେବାଶୀଷ ନାୟକ ଯୋଗ ଦେଇଥିଲେ ।  ଶିବିରକୁ ଉଦଘାଟନ କରି ମୁଖ୍ୟ ଅତିଥି ଶ୍ରୀ ନାୟକ ବିଭିନ୍ନ କ୍ଷେତ୍ରରେ ଯୋଗାଇ ଦିଆଯାଉଥିବା ନିଃଶୁଳ୍କ ଆଇନ ସେବା ସମ୍ପର୍କରେ ଆଲୋଚନା କରି ସମସ୍ତେ ଏ ଦିଗରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ସୁସ୍ଥ ସମାଜ ଗଠନ ସକାଶେ ସମସ୍ତେ ନ୍ୟାୟୋଚିତ ଉପାୟରେ ନିଜର ଅଧିକାର ସାବ୍ୟସ୍ତ କରିବା ଉଚିତ ବୋଲି ସେ କହିଥିଲେ । ଜିଲ୍ଲା ଦୌରା ଜଜ ପ୍ରଦ୍ୟୁମ୍ନ କୁମାର ନାୟକ , ପବ୍ଲିକ ୟୁଟିଲିଟି ସର୍ଭିସେସ ଅଧ୍ୟକ୍ଷ ଦୁର୍ଗା ଶଙ୍କର ମିଶ୍ର , ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂ ସ୍ଥା  ପ୍ରକଳ୍ପ  ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆଇନ ସେବାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଅଣସଂଗଠିତ ଶ୍ରମିକମାନଙ୍କୁ ଆଇନ ସେବା ଏବଂ ଶିଶୁମାନଙ୍କୁ ଶିଶୁ ଅନୁକୂଳ ଆଇନ ସେବା ଓ ସେମାନଙ୍କର ସୁରକ୍ଷା ଏବଂ ସର୍ବୋପରି ସାଧାରଣ ଜନତାଙ୍କୁ ଆଇନ ସୁବିଧା ଯୋଗାଇ ଦେବା ସମ୍ପର୍କିତ ଶିବିରରେ ବିଭିନ୍ନ ବିଭାଗର ମୋଟ ୩୭ଟି ଷ୍ଟଲ ମାଧ୍ୟମରେ ବିଭାଗୀୟ କାର୍ଯ୍ୟାବଳୀର ନମୁନା ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜାନକୀ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ରେଜିଷ୍ଟାର ଗୋପବନ୍ଧୁ ଗଡନାୟକ , ସିନିଅର ସିଭିଲ ଜଜ ରାଜକିଶୋର ଜେନା , ଜେ ଏମ ଏଫ ସି ପୁନମ ସେଠ , ବିକାଶ ଗୋଏଲ ଓ ପୂଜା ଜୈନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ ଜନ ସମାବେଶ ହୋଇଥିନା ବେଳେ ୧୮୫୦ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ରାଶି ପ୍ରଦାନ  କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜାନକୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ମହିମା ସାଂସ୍କୃତିକ ପରିଷଦ ପକ୍ଷରୁ ଶିଶୁ ଶ୍ରମିକ ଓ ଶିକ୍ଷା ସଚେତନତା ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Latest News