Breaking News

ଦ୍ୱିତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଉଦଯାପିତ

Date:19-01-2020



ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ବାନ୍ଧକଳା, ନାଟକ, ନୃତ୍ୟ, ଗୀତ, ସଙ୍ଗୀତ, ପରମ୍ପରା, ଐତିହ ର ଅଧିକ ରୁ ଅଧିକ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ । ଅଗଷ୍ଟ୧ ସମ୍ବଲପୁରୀ ଦିନ ର ଅଭୂତପୂର୍ବ ସଫଳତା ପରେ ଗତବର୍ଷ ଆରମ୍ଭ ହୋଇଥିଲା ଜାତୀୟ ସ୍ତରର ସମ୍ବଲପୁରୀ ସମ୍ମେଲନ । ଗତ ବର୍ଷ ପ୍ରଥମ ସମ୍ମିଳନୀ ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ବେଳେ ଏ ବର୍ଷ ଏହା ଝାରସୁଗୁଡା ଠାରେ ଆୟୋଜିତ ହୋଇଯାଇଛି । ଆଜି ସମ୍ମେଲନୀ ର ଦ୍ୱିତୀୟ ଓ ଉଦଯାପନୀ ଉତ୍ସବରେ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧକ୍ଷା ଇମା ଇକ୍କା, ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ୍ୟ ବିନୟ କୁମାର ଟପ୍ପୋ, କୁଚିଣ୍ଡା ର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ବିଜେପି ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ, ବରଗଡ଼ ସାଂସଦ ଙ୍କର ପ୍ରତିନିଧି ଶ୍ରୀଯୁକ୍ତ ଅମରେନ୍ଦ୍ର ରଏ, ଜିଲ୍ଲା ଓକିଲ ସଂଘ ସଭାପତି ସନ୍ଦୀପ ଅଗସ୍ତି, ବରିଷ୍ଠ ଆଇନଜୀବୀ ଡ଼. ପ୍ରମୋଦ ରଥ, ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ହୋତା, ବିଜେଡି ନେତ୍ରୀ ସୁନିତା ବିଶ୍ୱାଳ, ରାଜ୍ୟ ସଂସ୍କୃତି ପରିଷଦ ସଦସ୍ୟ ସୁରଙ୍ଗ ପ୍ରଧନ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗ ଆହ୍ୱାନ କରିଛନ୍ତିଯେ ଆଗାମୀ ଜନଗଣନା ରେ ସମଗ୍ର ପଶ୍ଚିମାଞ୍ଚଳବାସୀ ଦେଶର ଯେଉଁ ସ୍ଥାନରେ ଥିଲେ ବି ନିଜର ମାତୃଭାଷା ସମ୍ବଲପୁରୀ ବୋଲି ଉଲ୍ଲେଖ କରନ୍ତୁ ବୋଲି କହିଛନ୍ତି । ଉଦଯାପନୀ ଉତ୍ସବରେ ଗାୟିକା ଗୀତାଞ୍ଜଳି ପୋଢ଼ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ କୃଷ୍ନ ଚନ୍ଦ୍ର ବାଗ ଯୁବ ବାନ୍ଧଶିଳ୍ପୀ ଉତ୍ତର ମେହେର, ବାଟ କଢୁଆଲ ର ସମ୍ପାଦକ କୂଳସ୍ତ ସାହୁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ସମ୍ବଲପୁରୀ ଦିନ ଆୟୋଜନ କରିଥିବା ଆନୁଷ୍ଠାନ ମାନଙ୍କୁ, ସମ୍ବଲପୁରୀ ର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ସେହପରି ଦ୍ୱିତୀୟ ସମ୍ବଲପୁର ସମ୍ମେଳନ ଆୟୋଜନ କରିବାରେ ଏଇ ତ ଜୀବନ, ଝଡେଶ୍ୱରୀ ଭିନ୍ନକ୍ଷମ ବିଦ୍ୟାଳୟ, ଖିଦମତ କମିଟି, ୟଙ୍ଗ ଷ୍ଟାର ଚେରୀଟେବୁଲ ଟ୍ରଷ୍ଟ, ଖିଦମତ ମହିଳା ସମିତି, ଟିମ ସେଭ ଝାରସୁଗୁଡା ଙ୍କୁ ସମ୍ମାନିତ କରାଯାଇଥିଲା ।

Latest News